www.samajalive.in
Monday, December 8, 2025
27.1 C
Bhubaneswar

ଗୁରୁବାର ମା’ ଲକ୍ଷ୍ମୀଙ୍କ ବ୍ରତ କରିବାର ପୂଜା ବିଧି

ଗୁରୁବାରରେ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନପ୍ରାପ୍ତି ହୋଇଥାଏ। ଏହିଦିନ ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ଯୁଗଳ ଭାବେ ପୂଜା କରିବା ଦ୍ୱାରା ମଧ୍ୟ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଗୁରୁବାର ଦିନ ଶ୍ରଦ୍ଧାର ସହ ପୂଜା କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଗୁରୁବାର ଦିନ ବ୍ରତ କରିବା ଦ୍ୱାରା ଜୀବନରେ ଅନେକ ଲାଭ ହୋଇଥାଏ। ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ସ୍ୱାସ୍ଥ୍ୟରେ ଅବନତି ଘଟୁଥିଲେ ଏହି ବ୍ରତ କରିବା ଦ୍ୱାରା ଉନ୍ନତି ହୋଇଥାଏ। ସମାଜରେ ସମ୍ମାନ ବୃଦ୍ଧି ପାଇଥାଏ। ଗୁରୁବାର ଦିନ ବ୍ରତ କରିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ଏହି ବ୍ରତ କରିବାର କିଛି ନିୟମ ରହିଛି।

ଆସନ୍ତୁ ଜାଣିବା ଏହି ବ୍ରତ କିପରି କରିବା ଉଚିତ୍‍..
ଗୁରୁବାର ଦିନ ନଖ ଓ ଚୁଟି କାଟନ୍ତୁ ନାହିଁ।
ବସ୍ତ୍ରକୁ ସଫା କରନ୍ତୁ ନାହିଁ। ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ।
ଲୁଣର ଅଯଥା ନଷ୍ଟ କରନ୍ତୁ ନାହିଁ।
ମା’ ଲକ୍ଷ୍ମୀ ଓ ବିଷ୍ଣୁଙ୍କର ଯୁଗଳ ପ୍ରତିମାକୁ ଶ୍ରଦ୍ଧାର ସହ ପୂଜା କରନ୍ତୁ।
ପ୍ରସାଦ ରୂପେ ଫଳ ଭୋଗ ଲଗାନ୍ତୁ।

- Advertisement -

ପୂଜା କରିବାର ବିଧି:
ଗୁରୁବାର ଦିନ ସ୍ନାନ କରି ସାରିବା ପରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ପୂଜା ଘରକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ। ପୂଜା ସମୟରେ ହଳଦିଆ ଫୁଲ, ଚଣା ଡାଲିରେ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ପୂଜା ସମୟରେ ଅନ୍ୟମନସ୍କ ହୁଅନ୍ତୁ ନାହିଁ। ଶ୍ରଦ୍ଧାର ସହ ପୂଜା କରି ମନ୍ତ୍ର ପାଠ କରନ୍ତୁ।
ପାଣିରେ ହଳଦୀ ପକାଇ କଦଳୀ ବୃକ୍ଷ ମୂଳରେ ଢାଳନ୍ତୁ। କଦଳୀ ବୃକ୍ଷ ମୂଳରେ ଚଣା ଡାଲିର ଭୋଗ ଚଢାନ୍ତୁ। ଗଛ ପାଖରେ ଦୀପ ଜଳାଇ ଆଳତି କରନ୍ତୁ। ଗୁରୁବାର ଦିନ ବ୍ରତ କରୁଥିଲେ ଦିନରେ କେବଳ ଗୋଟିଏ ଥର ଭୋଜନ କରନ୍ତୁ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories