www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲି ଖୋଲିବ ନନ୍ଦନକାନନ

ଭୁବନେଶ୍ୱର : ଆସନ୍ତାକାଲି(ମଙ୍ଗଳବାର)ଠାରୁ ଖୋଲିବ ନନ୍ଦନକାନନ । ସାମୁଦ୍ରିକ ବାତ୍ୟା ଫନି ପୂର୍ବରୁ ନନ୍ଦନକାନନକୁ ୨ଦିନ ପାଇଁ ବନ୍ଦ ରଖାଯାଇଥିଲା। ତେବେ ବାତ୍ୟା ପରେ ନନ୍ଦନକାନନ ପରିସରରେ ଥିବା ଜନ୍ତୁଖୁଆଡ ଓ ରାସ୍ତାଘାଟ ତଥା ବଡବଡ ଗଛ ଭାଙ୍ଗିଯାଇଥିବାରୁ ୩ତାରିଖ ଠାରୁ ନନ୍ଦନକାନନକୁ ପୁଣିଥରେ ବନ୍ଦ ରଖାଯାଇଥିଲା । ବାତ୍ୟା ଫନିର ୧୯ ଦିନ ପରେ ନନ୍ଦନକାନନ ଓ ନନ୍ଦନକାନନ ସଂଲଗ୍ନ ବଟାନିକାଲ ଗାର୍ଡେନ ଖୋଲିବା ନେଇ ସୂଚନା ମିଳିଛି ।

ବାତ୍ୟାରେ ନନ୍ଦନକାନନ ପରିସରରେ ବହୁ ଗଛ କ୍ଷତିଗ୍ରସ୍ତ ହୋଇଛି । ନନ୍ଦନକାନର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଇଛି । ତେବେ ଏନଡିଆରଏଫ ଏବଂ ଓଡିଆରଏଫର ମିଳିତ ପ୍ରୟାସରେ ପଶୁପକ୍ଷୀଙ୍କ ଖୁଆଡରୁ ଗଛଡାଳ କଟାଯାଇ ସଫା କରାଯାଇଛି ଓ ଉଦ୍ୟାନ ପରିସରରେ ଉପୁଡି ପଡିଥିବା ଗଛଗୁଡିକୁ କଟାଯାଇଛି। ଫଳରେ ଏବେ ସ୍ଥିତିର ସୁଧାର ଆସିଛି । ଇତିମଧ୍ୟରେ ସୋମବାର ସ୍ୱାସ୍ଥ୍ୟ କମିଟି ଓ ବୈଷୟିକ କମିଟି ନନ୍ଦନକାନନ
ପରିଦର୍ଶନରେ ଆସି ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କର୍ତ୍ତୃପକ୍ଷଙ୍କଠାରୁ ବୁଝିବା ସହ ପ୍ରାଣୀ ଉଦ୍ୟାନର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ତେଣୁ ଆସନ୍ତା କାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

- Advertisement -

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories