www.samajalive.in
Monday, December 8, 2025
27.1 C
Bhubaneswar

ବେଶି ଖୁସି କିମ୍ବା ନିରାଶ ହୁଅନ୍ତୁ ନାହିଁ, ଏହା ଜନମତ ସର୍ଭେ ; ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ୨୦୧୯ ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ତରଫରୁ ଜନମତ ସର୍ଭେ କରାଯାଇଛି। ପ୍ରାୟ ସମସ୍ତ ସର୍ଭେରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିବାକୁ ଯାଉଛି। ୨୦୦୪ ଲୋକସଭା ନିର୍ବାଚନ, ୨୦୧୫ ବିହାର ବିଧାନସଭା ନିର୍ବାଚନରେ ଜନମତ ସର୍ଭେ ଭୁଲ ପ୍ରମାଣିତ ହୋଇଥିଲା। ତେଣୁ ସମସ୍ତଙ୍କୁ ମେ ୨୩ ତାରିଖରେ ଭୋଟଗଣଣାକୁ ଅପେକ୍ଷା କରିବାକୁ ପଡିବ।
ଗଣମାଧ୍ୟମ ସଂସ୍ଥା ଏବଂ କିଛି ସର୍ଭେ ଅନୁଷ୍ଠାନ ମିଳିତ ପ୍ରୟାସରେ ଏହି ଜନମତ ସର୍ଭେ କରିଥାନ୍ତି। ଲୋକମାନେ ବୁଥରେ ଭୋଟ ଦେଇ ଫେରିବା ପରେ ତାଙ୍କୁ କିଛି ପ୍ରଶ୍ନ କରାଯାଏ। ଏ ସମସ୍ତ ପ୍ରଶ୍ନ ମଧ୍ୟରେ ଆପଣ କାହାକୁ ଭୋଟ ଦେଇଛନ୍ତି, ଏକ ଗୁରୁତ୍ୱପୁର୍ଣ୍ଣ ପ୍ରଶ୍ନ। ବହୁ ସମୟରେ ଏହି ଜନମତ ସର୍ଭେ ସଫଳ ହୋଇଥିବା ବେଳେ, ବିଫଳ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଭୋଟଗଣନା ପୂର୍ବରୁ କେଉଁ ରାଜନୈତିକ ଦଳକୁ ଲୋକମାନେ ସମର୍ଥନ ଜଣାଇଛନ୍ତି, ତାହା ଜନମତ ସର୍ଭେରେ ଜଣାପଡିଥାଏ।
ସୂଚନାଯୋଗ୍ୟ ଯେ, ୨୦୧୫ ବିହାର ବିଧାନସଭା ନିର୍ବାଚନରେ ବିଭିନ୍ନ ଜନମତ ସର୍ଭେ ବିଜେପିକୁ ୨୪୩ଟି ଆସନ ମଧ୍ୟରୁ ୧୫୫ ଓ ମହାମେଣ୍ଟକୁ ୮୩ଟି ଆସନ ପ୍ରଦାନ କରିଥିଲା। କିନ୍ତୁ ଫଳାଫଲ ସମ୍ପୁର୍ଣ୍ଣ ଓଲଟା ହୋଇଥିଲା। ୨୪୩ଟି ଆସନ ମଧ୍ୟରୁ ମହାମେଣ୍ଟ ୧୭୮ଟି ଆସନ ବିଜୟ ଲାଭ କରି ସରକାର ଗଠନ କରିଥିଲା। ସେହିପରି ୨୦୦୪ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ଯାଉଛି ବୋଲି ସର୍ଭେ ମତ ଦେଇଥିଲା। କିନ୍ତୁ ୟୁପିଏ କେନ୍ଦ୍ରରେ ସରକାର ଗଠନ କରିଥିଲା। ସାଧାରଣତଃ ଜନମତ ସର୍ଭେ ଏକ ଶିକ୍ଷିତ ବ୍ୟକ୍ତିଙ୍କୁ ନଜରରେ ରଖି କରାଯାଏ। ତେଣୁ ଏହା ବହୁବାର ଭୁଲ ସାବ୍ୟସ୍ତ ମଧ୍ୟ ହୋଇଥାଏ। ସମସ୍ତ ପ୍ରକାର ଲୋକମାନଙ୍କ ସହ କତାବାର୍ତ୍ତା ନ କଲେ ଜନମତ ସର୍ଭେର ମୁଳ ଲକ୍ଷ୍ୟ ପୂରଣ ହୋଇନାଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories