ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଧରମଧର ଘାଟିରେ ରବିିବାର ଏକ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭର ଗୁରୁତର ହୋଇଥିବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ରବିବାର ସକାଳେ କୋଡ଼ିଙ୍ଗାମାଳି ଖଣିରୁ କାକିରିଗୁମ୍ମା ରେଳଷ୍ଟସନ ନିକଟକୁ ଡମ୍ପିଂ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୃତ ବେଗରେ ଘାଟି ଓହ୍ଲାଉ ଥିବା ସମୟରେ ହାଇୱାଟି ରାସ୍ତା କଡ଼କୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିର ସମ୍ମୁଖ ଭାଗ ଚେପା ହୋଇ ଯାଇଥିଲା। ଫଳରେ ଏହାର ଡ୍ରାଇଭର ଗୁରୁତର ହେବା ସହିତ ଅନ୍ୟ ଦୁଇ ଜଣ ସଧାରଣ ଲୋକ ଆହତ ହୋଇଥିଲେ। ସମସ୍ତଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ତେବେ ଗୁରୁତର ହୋଇଥିବା ଡ୍ରାଇଭରକୁ କୋରପୁଟ ସ୍ତାନାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପରେ ଏଠାରୁ ଛାଡ଼ି ଦିଆଯାଇଛି।
Popular Categories


