www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ବକପ୍‌ : କୁଲଦୀପ ଓ ଚହଲଙ୍କ ପାଇଁ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ : ଚଳିତମାସ ୩୦ରୁ ଇଂଲଣ୍ଡରେ ଆଇସିସି ବିଶ୍ବକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ ପଣ୍ଡିତମାନେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଓ ଆୟୋଜକ ଇଂଲଣ୍ଡ ସମେତ ଭାରତକୁ ଫେଭରିଟ୍‌ ତାଲିକାଭୁକ୍ତ କରିଛନ୍ତି। ଭାରତୀୟ ବିଶ୍ବକପ ଦଳରେ ସ୍ଥାନ ପାଇଥିବା ଦୁଇ ଯୁବ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ନେଇ ଭାରତୀୟ କ୍ରିକେଟପ୍ରେମୀ ଆଶାବାଦୀ ଅଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦିନିକିଆ ଦଳରେ ସ୍ପିନରଙ୍କ ସ୍ଥାନକୁ ନେଇ ବ୍ୟାପକ ପରିବର୍ତ୍ତନ ଘଟିଛି। ୨୦୧୧ରେ ଘରୋଇ ମାଟିରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ବିଶ୍ବକପ ଚମ୍ପିଆନ ହୋଇଥିଲା। ସେତେବେଳେ ସ୍ପିନରଭାବେ ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ଦିନିକିଆ ଦଳରେ ପ୍ରାୟ ପକ୍କା ଥିଲା।
୨୦୧୭ରେ ଆଇସିସି ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ନିକଟରୁ ପରାସ୍ତ ହେବାପରେ ଭାରତୀୟ କ୍ରିକେଟ ଦଳର ମାନଚିତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଅନିଲ କୁମ୍ବଲେଙ୍କ ସ୍ଥାନରେ ରବି ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନି ଅଧିନାୟକ ପଦରୁ ଓହରିବାପରେ ବିରାଟ କୋହଲିଙ୍କ ଉପରେ ଏହି ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। କୋହଲିଙ୍କ ଆଗମନ ସହ ଭାରତୀୟ ଦିନିକିଆ ଦଳରୁ ଅଶ୍ବିନ ଓ ଜାଡେଜା ବାଦପଡିଥିଲେ। ସେମାନଙ୍କ ସ୍ଥାନ ନେଇଥିଲେ ବାମହାତି ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ଓ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ। ଅଳ୍ପ ଦିନ ମଧ୍ୟରେ ଏ ଦୁଇ ସ୍ପିନର ନିଜର ପ୍ରତିଭା ପ୍ରତିପାଦନ କରିବା ସହ ଦିନିକିଆ ଦଳରେ ସ୍ଥାନ ସୁରକ୍ଷିତ ରଖିପାରିଥିଲେ। ସାଂପ୍ରତିକ ପରିସ୍ଥିତିରେ ସବୁୁ ଦଳ ରିଷ୍ଟ୍‌ ସ୍ପିନରଙ୍କୁ ଅଗ୍ରାଧିକାର ଦେଉଥିବାବେଳେ କୁଲଦୀପ ଓ ଚହଲଙ୍କ ଉପସ୍ଥିତି ଭାରତର ବିଶ୍ବକପ ଅଭିଯାନକୁ ଆଗେଇ ନେବ ବୋଲି ଆଶା କରାଯାଉଛି। ସାଧାରଣତଃ ଦିନିକିଆ ମ୍ୟାଚର ୧୫ରୁ ୩୫ ଓଭର ପର୍ଯ୍ୟନ୍ତ ସ୍ପିନରମାନେ ହିଁ ଦାୟିତ୍ବ ସମ୍ଭାଳିଥାନ୍ତି। ତେଣୁ ଏହି ୨୦ ଓଭରରେ ଯଦି ସ୍ପିନରମାନେ ଅଳ୍ପ ରନ ଦେବାସହିତ ୱିକେଟ ଅକ୍ତିଆର କରନ୍ତି, ତାହାହେଲେ ଦଳର ବିଜୟ ସମ୍ଭାବନା ଉଜ୍ବଳ ହୋଇଥାଏ। ତେବେ ଆଗାମୀ ବିଶ୍ବକପରେ ବ୍ୟାଟସମ୍ୟାନଙ୍କୁ ନିୟନ୍ତ୍ରଣ କରିବା କୁଲଦୀପ ଓ ଚହଲଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଇଂଲଣ୍ଡର ଫ୍ଲାଟ ପିଚ୍‌ ସାଙ୍ଗକୁ ଦୁଇଟି ବଲ୍‌ର ବ୍ୟବହାର ଓ ବ୍ୟାଟସମ୍ୟାନଙ୍କ ବଡ ବ୍ୟାଟ୍‌ କୁଲଦୀପ ଓ ଚହଲଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଆଙ୍ଗୁଳିରେ ବଲକୁ ଘୁରାଉଥିବା (ଫିଙ୍ଗର ସ୍ପିନର) ସ୍ପିନରଙ୍କ ଦ୍ବାରା ବୋଲିଂ କରାଯାଉଥିବା ‘ଦୁସରା’ ବଲ ବର୍ତ୍ତମାନ ସେତେଟା ଫଳପ୍ରଦ ହେଉନାହିଁ। ଏହି ପରିପ୍ରେକ୍ଷୀରେ କୁଲଦୀପ ଓ ଚହଲ ବିଶ୍ବକପରେ କେତେଦୂର ସଫଳତା ହାସଲ କରିବେ, ତାହା ଏବେଠାରୁ ଅନୁମାନ କରିବା କଷ୍ଟକର ହୋଇପଡିଛି।
ଅପରପକ୍ଷରେ ବିଶ୍ବକପକୁ ନେଇ ଉଭୟ କୁଲଦୀପ ଓ ଚହଲ ବେଶ ଆଶାବାଦୀ ଅଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories