www.samajalive.in
Monday, December 8, 2025
27.1 C
Bhubaneswar

ଇସ୍ରୋର ୨୦୨୩ ମିଶନ: ଶୁକ୍ରରେ ପହଞ୍ଚିବ ଭାରତ

ସମାଜ ପୋର୍ଟାଲ: ମଙ୍ଗଳ ଗ୍ରହକୁ ସଫଳତା ପୂର୍ବକ ମହାକାଶ ଯାନ ପ୍ରେରଣ ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଆସନ୍ତା ୧୦ବର୍ଷ ମଧ୍ୟରେ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ସ୍ଥିର କରିଛି। ୨୦୨୩ ସୁଦ୍ଧା ଭାରତ ଶୁକ୍ର ଗ୍ରହକୁ ମହାକାଶ ଯାନ ପ୍ରେରଣ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଇସ୍ରୋ ଅଧ୍ୟକ୍ଷ କହିଛନ୍ତି। ଇସ୍ରୋ ଦ୍ୱାରା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଯୁବିକା୨୦୧୯’ରେ ଯୋଗଦେଇଥିବା ୧୦୮ ଜଣ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ଅବସରରେ ସେ କହିଛନ୍ତି ଯେ ଶୁକ୍ର ଗ୍ରହକୁ ପ୍ରେରଣ ହେବାକୁ ଥିବା ମହାକାଶ ଯାନରେ ୨୦ରୁ ଅଧିକ ଉପକରଣ ପଠାଯିବ। ସେ ଦୃଷ୍ଟିରୁ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆସନ୍ତା ୧୦ ବର୍ଷ ଇସ୍ରୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହେବ।

ଇସ୍ରୋ ପକ୍ଷରୁ ମହାକାଶରେ ବିକିରଣ ଅଧ୍ୟୟନ ପାଇଁ ୨୦୨୦ରେ ମିଶନ ଏକ୍ସପୋସେଟ, ସୂର୍ଯ୍ୟରେ ପହଞ୍ଚିବା ପାଇଁ ୨୦୨୧ରେ ଆଦିତ୍ୟ ଏଲ – ୧, ୨୦୨୨ରେ ଦ୍ଵିତୀୟ ମଙ୍ଗଳ ପରିକ୍ରମା ମିଶନ, ୨୦୨୪ରେ ଚନ୍ଦ୍ର ଯାନ – ୩ ଏବଂ ସୌରମଣ୍ଡଳ ଅଧ୍ୟୟନ ପାଇଁ ୨୦୨୮ରେ ମିଶନ ସମ୍ପୂର୍ଣ କରାଯିବାକୁ ସ୍ଥିର କରାଯାଇଛି।

- Advertisement -

ଚଳିତ ବର୍ଷ ଇସ୍ରୋ ଚନ୍ଦ୍ର ଯାନ – ୨ର ସଫଳ ଉତକ୍ଷେପଣ ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଆସନ୍ତା ଜୁଲାଇ ମାସରେ ଏହାର ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories