www.samajalive.in
Thursday, December 11, 2025
27.1 C
Bhubaneswar

ଖରା ଦିନିଆ ତେଲ, ସନ୍ ସ୍କ୍ରିନ୍ ଭଳି କରିବ କାମ

ସନ୍ ସ୍କ୍ରିନ୍ ତ୍ୱଚାର ସୁରକ୍ଷା ପାଇଁ ନିହାତି ଜରୁରୀ। ଏହା ସୂର୍ଯ୍ୟକିରଣର କ୍ଷତିକାରକ ପ୍ରଭାବରୁ ସୁରକ୍ଷା ଦେଇଥାଏ। ବୟସର ପ୍ରଭାବରୁ ମୁକ୍ତ ରଖି ସୁସ୍ଥ, ସୁନ୍ଦର ତ୍ୱଚାର ଅଧିକାରୀ କରାଏ। ଯଦି ବଜାରରେ ମିଳୁଥିବା ସନ୍ ସ୍କ୍ରିନ୍ ବ୍ୟବହାର କରିବାକୁ ଇଚ୍ଛା କରୁନାହାନ୍ତି, ତେବେ ଆପଣଙ୍କ ହାତପାଆନ୍ତାରେ ଏପରି କେତେକ ତେଲ ରହିଛି ଯାହାକୁ କେବଳ ସୁନ୍ଦର କେଶ ପାଇଁ ନୁହେଁ, ସନ୍ ସ୍କ୍ରିନ୍ ଭାବେ ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଅବଶ୍ୟ ସନ୍ ସ୍କ୍ରିନ୍ ପରି ଏହା ବେଶୀ ସମୟ ସୁରକ୍ଷା ଦେଇପାରେନି। ସକାଳୁ ବାହାରକୁ ଯାଉଥିବାବେଳେ ଏବଂ ଜଗିଙ୍ଗ ସମୟରେ ଏହି ତେଲ ବ୍ୟବହାର କରିପାରିବେ।

ଜୋଜୋବା ତେଲରେ ଏସପିଏଫ୍ (ସନ୍ ପ୍ରୋଟେକ୍ସନ ଫ୍ୟାକ୍ଟର) ୬ ରହିଥାଏ। ଏହା କ୍ଷତିକାରକ କିରଣରୁ ତ୍ୱଚାକୁ ସୁରକ୍ଷିତ ରଖିବା ସହିତ ଏହାର ଆର୍ଦ୍ରତା ବଜାୟ ରଖେ। ଇଚ୍ଛା କଲେ ଜୋଜୋବା ତେଲ ଏବଂ ନଡିଆ ତେଲ ମିଶାଇ ବ୍ୟବହାର କରିପାରନ୍ତି। ଏହା ତ୍ୱଚାକୁ ଅଧିକ ଉପକାର ଦେଇଥାଏ।

- Advertisement -

ହ୍ୱିଟ୍ ଜର୍ମ ତେଲ ବା ଗହମ ତେଲରେ ଏସପିଏଫ୍ ୨୦-୨୨ ଏବଂ ୟୁଭିବିରୁ ସୁରକ୍ଷା ତତ୍ତ୍ୱ ରହିଥିବାରୁ ଏହା ତ୍ୱଚାକୁ ଦୀର୍ଘସ୍ଥାୟୀ ଉପକାର ଦେଇପାରେ। ଏଥିରେ ଭିଟାମିନ୍ ଇ, ବି-୬ ଏବଂ ଫଲିକ ଏସିଡ ଥାଏ। ଏହା ତ୍ୱଚାରେ ବୟସର ଛାପ ପଡିବାକୁ ଦିଏନାହିଁ। ମୁହଁରେ ଥିବା ଯେକୌଣସି ଦାଗକୁ ଲିଭାଇପାରେ।

ଲାଲ୍ ରାସ୍ପବେରୀ ତେଲରେ ଏସପିଏଫ୍ ପରିମାଣ ୩୦-୫୦ ଥିବା ସହିତ ଭିଟାମିନ ଏ’, ଇ’ ଏବଂ ଉପକାରୀ ଫ୍ୟାଟି ଏସିଡ୍ ରହିଥାଏ। ଏହା ତ୍ୱଚାକୁ ସୁସ୍ଥ ରଖିବା ସହିତ ମୁହଁର ଦାଗ ଦୂର କରିପାରେ।

ଗାଜର ତେଲରେ ଏସ୍ପିଏଫ୍ ପ୍ରାୟ ୩୮-୪୦ ପରିମାଣରେ ଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା ତ୍ୱଚାକୁ ସଂକ୍ରମଣରୁ ସୁରକ୍ଷା ଦେଇଥାଏ ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories