www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶାରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ପାଇଁ ଆନ୍ଧ୍ର ପ୍ରଦେଶ ପଠାଇଲା ୨୦୦୦ ଓ  ତେଲଙ୍ଗାନା ୧୦୦୦ ବିଦ୍ୟୁତ କର୍ମଚାରୀ

ଭୁବନେଶ୍ୱର .- ଓଡ଼ିଶାରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ପାଇଁ ତେଲେଙ୍ଗାନା ସରକାର ବିଦ୍ୟୁତ ବିଭାଗର ୧୦୦୦ ଜଣ କର୍ମଚାରୀଙ୍କୁ ଓଡ଼ିଶା ପଠାଇଛନ୍ତି ।  ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଓଡ଼ିଶା ପାଇଁ ୧୫ କୋଟି ଟଙ୍କାର ଆର୍ଥିକ ସହାୟତା ସହ ୨ହଜାର କର୍ମଚାରୀଙ୍କୁ ଓଡ଼ିଶା ପଠାଇଛି । କେନ୍ଦ୍ର ସରକାର  ଓଡ଼ିଶା ପାଇଁ ପୂର୍ବରୁ  ୩୪୧ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା  ଦେଇଥିବା ବେଳେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ୧୦୦୦ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ ।

ଓଡ଼ିଶା ସରକାର ଫନି ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ପାଇଁ ୫ ହଜାର କର୍ମଚାରୀଙ୍କୁ ପଠାଇବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।  ଆନ୍ଧ୍ରପ୍ରଦେଶ ୨ ହଜାର ବିଦ୍ୟତ ବିଭାଗର କର୍ମଚାରୀଙ୍କୁ ଓଡ଼ିଶାକୁ ପଠାଇଛି । ସେହିପରି ତେଲେଙ୍ଗାନା ୧୦୦ କର୍ମଚାରୀଙ୍କୁ ପଠାଇଛି ।  ଏମାନେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ବିଭିନ୍ନ ବିଦ୍ୟୁତ ଜୋନ୍‌ରେ କାମ କରୁଛନ୍ତି ।

- Advertisement -

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ, ରାଜ୍ୟର ମୁଖ୍ୟ ଶାସନ ସଚିବ ଏସ୍‌କେ ଜୋଶୀଙ୍କ ସହ ତେଲେଙ୍ଗାନା ବିଦ୍ୟୁତ ବିତରଣ ସଂସ୍ଥା ଟ୍ରାନସ୍‌କୋର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାକର ରାଓଙ୍କୁ ଓଡ଼ିଶାକୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବା ପାଇଁ  ନିର୍ଦେଶ ଦେଇଛନ୍ତି ।

ଫନି ଯୋଗୁଁ ଓଡ଼ିଶାରେ ସରକାରୀ ଭାବେ ୪୧ ଜଣ ବ୍ୟକ୍ତି  ପ୍ରାଣ ହରାଇଥିବା ବେଳେ ୧.୪୮ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଫନି ପ୍ରଭାବରେ ୬ ଲକ୍ଷରୁ ଅଧିକ ଘର ଭାଙ୍ଗି ଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories