www.samajalive.in
Monday, December 8, 2025
20.1 C
Bhubaneswar

ଭୋଟ୍ ଦେଲେ ପ୍ରମୁଖ ସିନେତାରକା

ନୂଆଦିଲ୍ଲୀ : ସୋମବର ୯ଟି ରାଜ୍ୟରେ ୭୨ଟି ଲୋକସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଗଣତନ୍ତ୍ରର ଏହି ମହାନ ପର୍ବରେ ବଲିଉଡର ବିଭିନ୍ନ ନାମୀଦାମୀ କଳାକାର ସାମଲି ହୋଇଛନ୍ତି । ବିଗ୍ ବି ଅମିତାଭ ବଚ୍ଚନ, ବୋହୂ ଐଶ୍ବର୍ଯ୍ୟା ଓ ପୁଅ ଅଭିଷେକଙ୍କ ସହ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

- Advertisement -

ମିଷ୍ଟର ପରଫେକ୍ଟସନିଷ୍ଟ୍ ଅମୀର ଖାଁ ଏବଂ ତାଙ୍କ ପତ୍ନୀ କିରଣଙ୍କ ସହ ଧାଡିରେ ଠିଆ ହୋଇ ଭୋଟ ଦେଇଛନ୍ତି ।

ସଞ୍ଜୁ ବାବା ଏବଂ ତାଙ୍କ ପତ୍ନୀ ମାନ୍ୟତା ବୁଥରେ ପହଞ୍ଚି ମତଦାନ ସାବ୍ୟସ୍ତ କରିଛନ୍ତି । ଅଭିନେତା ସୁନୀଲ ସେଟ୍ଟୀ ପତ୍ନୀ ମାନା, ପୁଅ ଆହନ ଏବଂ ଝିଅ ଅଭିନେତ୍ରୀ ଆଥିଆଙ୍କ ସହ ଭୋଟ ଦେଇଛନ୍ତି ।

ସେହିପରି କ୍ରିକେଟର ସଚିନ୍ ତେନ୍ଦୁଲକର ଏବଂ ତାଙ୍କୁ ପୁରା ପରିବାର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ବୁଥରେ ପହଞ୍ଚିଛନ୍ତି ।

ବଲିଉଡ ଅଭୀନେତ୍ରୀ ତଥା ଉତ୍ତରପ୍ରଦେଶର ମଥୁରା ବିଜେପି ସାଂସଦ ହେମା ମାଳିନୀ ନିଜର ଦୁଇ ଝିଅ ଇଶା ଓ ଅହାନା ଦେଓଲଙ୍କ ସହ ମୁମ୍ବାଇର ଭିଲେ ପାର୍ଲେସ୍ଥିତ ଏକ ବୁଥରେ ମତଦାନ କରିଛନ୍ତି । ସେହିପରି ମାଧୁରୀ ଦୀକ୍ଷିତ୍ ମଧ୍ୟ ନିଜର ମତଦାନ ସାବ୍ୟସ୍ତ୍ୟ କରିଛନ୍ତି ।

ମୁମ୍ବାଇରେ ବଲିଉଡ ଅଭିନେତ୍ରୀ କରୀନା କାପୁର ଭୋଟ ଦେବା ପାଇଁ ବୁଥରେ ପହଞ୍ଚିଥିଲେ । ତାଙ୍କ ସହ ପୁଅ ତୈମୁର ଅଲ୍ଲୀ ଖାଁ ମଧ୍ୟ ଉପସ୍ଥିତ ଥିଲେ ।

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ ଖାରର ଏକ ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ଅଭିନେତା ଅନୁପମ୍‌ ଖେର, ସୋନାଲୀ ବେନ୍ଦ୍ରେ, ସଲମନ୍ ଖାନ୍, କଂଗ୍ରେସ ପ୍ରାର୍ଥୀନୀ ତଥା ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର, ଭାଗ୍ୟଶ୍ରୀ ଏବଂ ଅଜୟ ଦେବଗନ୍ ପ୍ରମୁଖ ମତଦାନ କରିଛନ୍ତି ।

ସେହିପରି ପ୍ରଥମ କଂଗ୍ରେସ ଟିକେଟ୍‌ ପାଇଁ ଉତ୍ତର ମୁମ୍ବାଇ ଲୋକସଭା ଆସନରେ ଲଢ଼ୁଥିବା ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ବାନ୍ଦ୍ରାର ୧୯୦ ନମ୍ବର ବୁଥରେ ମତଦାନ କରିଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories