www.samajalive.in
Monday, December 8, 2025
24.1 C
Bhubaneswar

ମାଣ୍ଡାରିନ୍‌କୁ ସରକାରୀ ଭାଷା ଘୋଷଣା କଲା ପାକିସ୍ତାନ

ଇସ୍‌ଲାମାବାଦ୍‌ : ଭାରତର ଦୁଇ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଅତି ଗଭୀର ହେବାରେ ଲାଗିଛି। ଅର୍ଥନୈତିକ ବିକାଶ ଲାଗି ଉଭୟ ଦେଶର ମିଳିତ ଉଦ୍ୟମରେ ଚୀନ୍‌-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପ୍ରତିଷ୍ଠା କରାଯାଇଥିବା ବେଳେ ଏହାର ଉନ୍ନତି ତଥା ସୁରକ୍ଷା ଦିଗରେ ଦୁଇ ଦେଶ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଗୋଟିଏ ପଟେ ପାକିସ୍ତାନ ଚୀନର ମାଣ୍ଡାରିନ୍‌ ଭାଷାକୁ ନିଜର ସରକାରୀ ଭାଷା ମାନ୍ୟତା ପ୍ରଦାନ କରିଥିବା ବେଳେ ଅନ୍ୟ ପଟେ ଏହି ଅର୍ଥନୈତିକ କରିଡ଼ରର ସୁରକ୍ଷା ଲାଗି ଚୀନ୍‌ ସମସ୍ତ ସମ୍ଭାବ୍ୟ ଉଦ୍ୟମ ଜାରି ରଖିଛି।
ପାକିସ୍ତାନ ଓ ଚୀନ୍‌ ମଧ୍ୟରେ ସିପିଇସି ସମ୍ବନ୍ଧୀୟ ସମସ୍ତ କାରବାର ଚୀନ୍‌ର ମାଣ୍ଡାରିନ୍‌ ଭାଷାରେ ହେଉଛି। ଏଣୁ ଦେଶବାସୀ ଯେଭଳି ସିପିଇସି ବିଷୟରେ ସହଜରେ ବୁଝି ଏହା ସହିତ ଅଧିକରୁ ଅଧିକ ସଂଖ୍ୟାରେ ଯୋଡିହେବେ, ସେଥିନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ମାଣ୍ଡାରିନ୍‌ ଭାଷାକୁ ଦେଶର ସରକାରୀ ଭାଷା ଘୋଷଣା କରାଯାଇଛି। ଏ ନେଇ ପାକିସ୍ତାନ ସିନେଟ୍‌ରେ ବିଧିବଦ୍ଧ ଭାବେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ପାକିସ୍ତାନ ଏହାର ମାତୃଭାଷାକୁ ଅଣଦେଖା କରି ୪ଟି ବିଦେଶୀ ଭାଷା ଯଥା: ଇଂରାଜୀ, ଉର୍ଦ୍ଦୁ, ଆରବୀୟ ଏବଂ ଚୀନ୍‌ର ମାଣ୍ଡାରିନ୍‌ ଭାଷାର ପ୍ରସାର କରୁଛି ବୋଲି ଆମେରିକାରେ ନିଯୁକ୍ତ ପାକ୍‌ ରାଷ୍ଟ୍ରଦୂତ ହୁସେନ୍‌ ହକ୍କିନ୍‌ ଟ୍ୱିଟର୍‌ରେ ଉଲ୍ଲେଖ କରିଛନ୍ତି। ପାକ୍‌ ଅଧିକୃତ ପଞ୍ଜାବରେ ପଞ୍ଜାବୀ ଭାଷାର ବହୁଳ ବ୍ୟବହାର ହେଉଥିବା ବେଳେ ପାସ୍ତୋ ସମେତ ଅନ୍ୟ କେତେକ ଆଞ୍ଚଳିକ ଭାଷାକୁ ପାକ୍‌ ସରକାର ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିନାହାନ୍ତି।
ଅନ୍ୟପକ୍ଷରେ ଦେଶର ଅର୍ଥନୈତିକ ସ୍ଥିତି ଭଶୁଡୁଥିବା ବେଳେ ଏବେ ପାକିସ୍ତାନ ପାଇଁ କେବଳ ଚୀନ ହିଁ ଭରଷା ହୋଇ ରହିଛି। ଅନ୍ୟପକ୍ଷରେ ମାଣ୍ଡାରିନ୍‌ ଭାଷା ଶିକ୍ଷା କରିପାରିଲେ ପାକିସ୍ତାନ ଓ ଚୀନ୍‌ରେ ବ୍ୟାପକ ନିଯୁକ୍ତି ସୁଯୋଗ ରହିଥିବାରୁ ଏହି ଭାଷା ଅଧ୍ୟୟନ କରିବାକୁ ଦେଶବାସୀଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥିବା ଡନ୍‌ ଖବର କାଗଜ ପ୍ରକାଶ କରିଛି। ଚୀନ୍‌ର ଶିଳ୍ପଭିତ୍ତିକ ଏବଂ ବାଣିଜ୍ୟିକ ବ୍ୟାଙ୍କ (ଆଇସିବିସି) ସହିତ ୫୦୦ ନିୟୁତ ଆମେରିକୀୟ ଡଲାରର ବୈଦେଶିକ ବାଣିଜ୍ୟ ଋଣ ପାଇଁ ପାକିସ୍ତାନ ଚୁକ୍ତି ସ୍ୱାକ୍ଷର କରିବାର ତିନି ଦିନ ପରେ ପାକ୍‌ ସରକାରଙ୍କ ପକ୍ଷରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇସିବିସି ୨୦୧୭ ଅକ୍ଟୋବରରେ ମଧ୍ୟ ପାକିସ୍ତାନକୁ ୫୦୦ ନିୟୁତ ଡଲାରର ଋଣ ମଞ୍ଜୁର କରିଥିଲା।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories