www.samajalive.in
Monday, December 8, 2025
27.1 C
Bhubaneswar

ଏନଡି ତିଓ୍ବାରୀଙ୍କ ପୁଅ ରୋହିତଙ୍କ ମୃତ୍ୟୁର ଗୁମର ଖୋଲିଲା ପୁଲିସ; ହତ୍ୟା କରିଥିଲେ ପତ୍ନୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଡି. ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରି ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ରୋହିତ ତାଙ୍କ ବାନ୍ଧବୀଙ୍କ ସହ ବୁଲାବୁଲି କରୁଥିଲେ। ଉଭୟ ଏକାଠି ମଦପାନ କରୁଥିଲେ। ରୋହିତଙ୍କ ପତ୍ନୀ ଅପୂର୍ବା ଏହା ଦେଖିବା ପରେ ତାଙ୍କୁ ହତ୍ୟା କରିଥିଲେ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି। ବୁଧବାର କ୍ରାଇମବ୍ରାଞ୍ଚ ଅପୂର୍ବାଙ୍କୁ ଗିରଫ କରିଛି।

ଗତ ୧୬ ତାରିଖରେ ସନ୍ଦେହଜନକ ଅବସ୍ଥାରେ ରୋହିତଙ୍କ ମୃତଦେହ ମିଳିଥିଲା। ତାଙ୍କୁ ଶ୍ଵାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ଏହା ପରେ ପୁଲିସ ତଦନ୍ତ କରିବା ସହ ରୋହିତଙ୍କ ପତ୍ନୀ ସନ୍ଦେହ ଘେରକୁ ଆସିଥିଲେ। ରୋହିତଙ୍କ ମୃତ୍ୟୁ ସମୟରେ ଘରେ ତାଙ୍କ ପତ୍ନୀ ଅପୂର୍ବା ଏବଂ ଅନ୍ୟତମ ଭାଇ ସିଦ୍ଧାର୍ଥଙ୍କ ସମେତ ୩ ଜଣ ଘରୋଇ ସହାୟକ ଉପସ୍ଥିତ ଥିଲେ। ତେଣୁ ରୋହିତଙ୍କ ହତ୍ୟାରେ ବାହାର ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ପୋଲିସ ସେମାନଙ୍କୁ ପଚରାଉଚରା ବେଳେ ଜାଣି ପାରିଥିଲା। ଅପୂର୍ବା ବାରମ୍ବାର ବୟାନ ବଦଳାଇଥିଲେ। ମାତ୍ର ପୁଲିସର ଜେରାରୁ ନିଜ ଦୋଷ ଲୁଚାଇପାରି ନ ଥିଲେ। ଶେଷରେ ସେ ରୋହିତଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ପୁଲିସ ଅପୂର୍ବାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କୁ ପଚରାଉଚରା ଜାରି ରଖିଛି।

- Advertisement -

ସୂଚନାଯୋଗ୍ୟ, ରୋହିତ ଜଣେ ଓକିଲ ଥିଲେ। ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଆଇନ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ। ରୋହିତ ଏନଡି ତିୱାରୀଙ୍କୁ ନିଜର ବାପା ବୋଲି ଦାବି କରିଥିଲେ। ଏ ନେଇ ସେ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ କୋର୍ଟ ଉଭୟଙ୍କ ଡିଏନଏ ପରୀକ୍ଷା ପାଇଁ ନିର୍ଦେଶ ଦେଇଥିଲେ। ଡିଏନଏ ପରୀକ୍ଷା ପରେ ରୋହିତଙ୍କ ଦାବିକୁ କୋର୍ଟ ଗ୍ରହଣ କରିବା ସହ ତାଙ୍କୁ ପୁଅ ଭାବେ ଗ୍ରହଣ କରିବାକୁ ଏନଡି ତିୱାରୀଙ୍କୁ ନିର୍ଦେଶ ଦେଇଥିଲେ। ପରେ ୨୦୧୪ରେ ଏନଡି ତିୱାରି ରୋହିତଙ୍କ ମା’ଙ୍କୁ ବିବାହ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories