www.samajalive.in
Tuesday, December 9, 2025
16.1 C
Bhubaneswar

ଫାଇନାଲରେ ଦୂତିଙ୍କୁ ୫ମ ସ୍ଥାନ

କଟକ : କାତାରର ଦୋହାରେ ଚାଲିଥିବା ୨୩ତମ ଏସୀୟ ଦୌଡ଼କୁଦ ଚମ୍ପିଆନ୍‌ସିପରେ କ୍ରମାଗତ ୨ୟ ଦିନରେ ୧୦୦ ମିଟର ଦୌଡ଼ରେ ୨ୟ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା କରିବା ସତ୍ତ୍ବେ ଫାଇନାଲରେ ଦେଶକୁ ନିରାଶ କରିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ। ସୋମବାର ୧୦୦ ମିଟର ଫାଇନାଲରେ ୫ମ ସ୍ଥାନରେ ରହି ଦୂତି ପଦକରୁ ବଞ୍ଚିତ ହୋଇଛନ୍ତି। ସୋମବାର ସେମିଫାଇନାଲରେ ୧୧.୨୬ ସେକେଣ୍ଡ ସମୟ ନେଇ କ୍ରମାଗତ ୨ୟ ଦିନରେ ନିଜ ଜାତୀୟ ରେକର୍ଡ ଭାଙ୍ଗିଥିବା ଯାଜପୁର ଏକ୍ସପ୍ରେସ୍ ଦୂତି ଚାନ୍ଦ ଫାଇନାଲରେ ଦୁର୍ବଳ ପ୍ରଦର୍ଶନ କରି ୧୧.୪୪ ସେକେଣ୍ଡ ସମୟ ନେଇ ରେସ୍ ଫିନିସ୍ କରିଥିଲେ। ଫଳରେ ଦୂତିଙ୍କୁ ୫ମ ସ୍ଥାନ ମିଳିଥିଲା।
ସେମିଫାଇନାଲରେ ଦୂତି ଚାନ୍ଦ ୨ୟ ​‌େ‌ଶ୍ରଷ୍ଠ ଟାଇମିଂ ୧୧.୨୬ ସେକେଣ୍ଡ ହାସଲ କରିଥିବାରୁ ଫାଇନାଲରେ ଦୂତି ପଦକର ଦୃଢ଼ ଦାବିଦାର ହୋଇ ପାରିଥିଲେ। ତେବେ ଫାଇନାଲରେ ଦୂତି ହିଟ୍‌ସ ଓ ସେମିଫାଇନାଲରେ ଟାଇମିଂ ଦୋହରାଇ ପାରିନଥିଲେ। ଫାଇନାଲରେ ଦୂତି ତାଙ୍କ ଦକ୍ଷତାଠାରୁ ଖରାପ ଟାଇମିଂ ୧୧.୪୪ ସେକେଣ୍ଡରେ ରେସ୍ ସମାପ୍ତ କରିଥିଲେ। ଫଳରେ ସେ ୫ମ ସ୍ଥାନରେ ରହିଥିଲେ। ଫାଇନାଲରେ ଭୁବନେଶ୍ବର ଏସୀୟ ଦୌଡ଼କୁଦ ଚମ୍ପିଆନ୍‌ସିପରେ ସ୍ବର୍ଣ୍ଣପଦକ ଜିତିଥିବା କାଜାଖ୍‌ସ୍ତାନର ଓଲ୍‌ଗା ସାଫ୍ରୋନୋଭା ୧୧.୧୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣପଦକ ଜିତିଛନ୍ତି। ତାଙ୍କ ପଛକୁ ଚୀନ୍‌ର ଲିଆଙ୍ଗ୍ ଜିଆଓଜିଙ୍ଗ୍ ୧୧.୨୮ ସେକେଣ୍ଡ ସମୟ ନେଇ ରୌପ୍ୟ ଜିତିଥିବା ବେଳେ ଚୀନ୍‌ର ୱେଇ ୟଙ୍ଗ୍‌ଲି ୧୧.୩୭ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‌ପଦକ ଜିତିଛନ୍ତି।
ରବିବାର ଅଲିମ୍ପିଆନ ସ୍ପ୍ରିଣ୍ଟର ଦୂତି ଚାନ୍ଦ ମହିଳା ୧୦୦ ମିଟର ଦୌଡ଼ର ହିଟ୍‌ସରେ ୧୧.୨୮ ସେକେଣ୍ଡ ସମୟ ନେଇ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ସୋମବାର ସେମିଫାଇନାଲରେ ଦୂତି ଆଉ ପାଦେ ଆଗେଇଯାଇ ସୋମବାରର ଟାଇମିଂରେ ୦.୦୨ ସେକେଣ୍ଡର ଉନ୍ନତି କରି ୧୧.୨୬ ସେକେଣ୍ଡ ସମୟ ନେଇ ଫାଇନାଲକୁ ଉନ୍ନୀତ ହୋଇଥିଲେ। ଆଗକୁ ଦୂତିଙ୍କୁ ଆହୁରି ୨ଟି ଇଭେଣ୍ଟରେ ଭାଗନେବାର ଅଛି। ଦୂତି ମହିଳା ୨୦୦ ମିଟର ଦୌଡ଼ ସହ ୪ ଗୁଣା ୧୦୦ ମିଟର ରିଲେରେ ଭାରତର ପ୍ରତିନିଧିତ୍ବ କରିବେ। ତେଣୁ ଆଶାରଖିବା ଯେ ଦୋହାରେ ଏହି ଓଡ଼ିଆ ଧାବିକା ଦେଶ ପାଇଁ ପଦକ ଜିତିବେ। ୨୦୧୭ ଏସୀୟ ଚମ୍ପିଆନ୍‌ସିପରେ ଦୂତି ବ୍ରୋଞ୍ଜ୍‌ପଦକ ଜିତିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories