www.samajalive.in
Monday, December 8, 2025
27.1 C
Bhubaneswar

ସମସ୍ତ ଖରାଦିନିଆ ସମସ୍ୟା ଦୂର କରେ ଟମାଟୋ ଫେସପ୍ୟାକ୍

ସାଧାରଣତଃ ଖରାଦିନେ ଅଧିକ ତ୍ବଚା ସମସ୍ୟା ଦେଖା ଦେଇଥାଏ। ପ୍ରବଳ ଗରମ ଓ ଖରା ଯୋଗୁଁ ତ୍ଵଚାର ଚମକ କ୍ଷୟ ହେବା ସହ ଆହୁରି ଅନେକ ସମସ୍ୟାମାନ ଦେଖା ଦେଇଥାଏ। ଖରାଦିନେ ତ୍ବଚାକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ବହୁତ ଲୋକେ ବଜାରରେ ଉପଲବ୍ଧ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ମାତ୍ର ବେଳେବେଳେ ଏହା ତ୍ବଚାରେ ଭଲ ପ୍ରଭାବ ପକାଇବା ପରିବର୍ତ୍ତେ ଏଥିରେ ଥିବା ରାସାୟନିତ ଦ୍ରବ୍ୟ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ତେଣୁ ତ୍ବଚା ପାଇଁ ଯେତେଦୂର ସମ୍ଭବ ଘରୋଇ ଉପଚାର ଆପଣାଇବା ଉଚିତ। ଏହା ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ତ୍ବଚା ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏପରି ଏକ ଘରୋଇ ଉପାୟ ରହିଛି ଯାହାର ଉପଯୋଗ ଦ୍ବାରା ଆପଣ ଖରାଦିନେ ମଧ୍ୟ ତ୍ବଚାକୁ ଉଜ୍ବଳ, ସୁନ୍ଦର ଓ ସୁସ୍ଥ ରଖିପାରିବେ। ସେହି ଘରୋଇ ଉପଚାର ହେଉଛି ଟମାଟୋ ଫେସପ୍ୟାକ୍। ଯାହା ତ୍ବଚା ପାଇଁ ଅତ୍ୟନ୍ତ ଲାଭପ୍ରଦ। ତେବେ ଚାଲନ୍ତୁ ଜାଣିବା ଟମାଟୋ ଫେସପ୍ୟାକ୍ କିପରି ତ୍ବଚାର ଅନେକ ଖରାଦିନିଆ ସମସ୍ୟା ଦୂର କରେ –

 

- Advertisement -

ଟମାଟୋ ଓ ଚିନି ଦ୍ବାରା ସ୍କ୍ରବ୍ :

ତ୍ଵଚା ପାଇଁ ଟମାଟୋ ଓ ଚିନି ସ୍କ୍ରବ୍ ବହୁତ ଉପକାରୀ ହୋଇଥାଏ। ଏଥିପାଇଁ ଫାଳେ ଟମାଟୋ ନେଇ ସେଥିରେ ଚିନି ଲଗାଇ ତ୍ଵଚାରେ ସ୍କ୍ରବ କରନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଆପଣଙ୍କ ତ୍ଵଚାରୁ ବ୍ଲାକହେଡ୍ସ ଦୂର କରିବା ସହ ଦାଗ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।

ଟମାଟୋ ଓ ଲେମ୍ବୁର ବ୍ୟବହାରରେ ଦୂର ହେବ ଟ୍ୟାନିଙ୍ଗ୍ :

ଖରାଦିନେ ତ୍ଵଚା କଳା ପଡ଼ିବା ବା ଟ୍ୟାନିଙ୍ଗ୍ ସମସ୍ୟା ଦେଖା ଦେଇଥାଏ। ଏହାକୁ ଦୂର କରିବା ପାଇଁ ଟମାଟୋର
ବ୍ୟବହାର କରିପାରିବେ। ଏଥିପାଇଁ ଟମାଟୋ ରସରେ ଅଳ୍ପ ଲେମ୍ବୁରସ ମିଶାନ୍ତୁ। ଏହି ମିଶ୍ରଣକୁ ତ୍ଵଚାରେ ଲଗାଇବା ପରେ ଶୁଖିବା ପାଇଁ ଛାଡିଦିଅନ୍ତୁ। ଭଲ ଭାବରେ ଶୁଖିଯିବା ପରେ ଏହାକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ନିୟମିତ ଏହାର ବ୍ୟବହାର କରିବା ଦ୍ଵାରା ତ୍ଵଚାର ଟ୍ୟାନିଙ୍ଗ୍ ସମସ୍ୟା ଦୂର ହୋଇଯିବ।

ଟମାଟୋ, ଦହି ଓ ଲେମ୍ବୁ ଦ୍ବାରା କରନ୍ତୁ ପ୍ରାକୃତିକ ବ୍ଲିଚ୍ :

ଟମାଟୋ, ଦହି ଓ ଲେମ୍ବୁରସର ମିଶ୍ରଣ ତ୍ଵଚା ପାଇଁ ପ୍ରାକୃତିକ ବ୍ଲିଚ ଭାବରେ କାମ କରିଥାଏ। ଏହା ଏକ ପ୍ରାକୃତିକ ଟୋନର ପରି ତ୍ଵଚାରୁ ଅତିରିକ୍ତ ତେଲକୁ ଦୂର କରିବାରେ ସାହାଯ୍ୟ କରେ। ଲେମ୍ବୁରସ ଆପଣଙ୍କ ତ୍ଵଚା ପାଇଁ ବ୍ଲିଚ ଓ ଆଣ୍ଟିବାକ୍ଟେରିଆଲ ତତ୍ତ୍ଵ ପରି କାମ କରିଥାଏ। ସେହିପରି ଦହି ଆପଣଙ୍କ ତ୍ଵଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ ଓ ତ୍ଵଚାକୁ କୋମଳ କରିଥାଏ। ଏହାକୁ ସପ୍ତାହକୁ ଦୁଇଥର ବ୍ୟବହାର କରନ୍ତୁ ଖୁବଶୀଘ୍ର ଫରକ ଉବଲବ୍ଧି କରିପାରିବେ।

ଟମାଟୋ, ମହୁ ଓ ବେସନ ପ୍ୟାକ୍ :

ଚେହେରାକୁ ଉଜ୍ବଳ ଓ ଚମକଦାର୍ କରିବା ପାଇଁ ଟମାଟୋ, ମହୁ ଓ ବେସନର ମିଶ୍ରଣକୁ ଲଗାଇ ପାରିବେ। ଏହା ତ୍ଵଚା ପାଇଁ ବହୁତ ଉପକାରୀ ହୋଇଥାଏ। ଏହି ମିଶ୍ରଣକୁ ମୁହଁରେ ଲଗାଇବା ପରେ ୨୦-୩୦ ମିନିଟ୍ ରଖନ୍ତୁ। ଭଲ ଭାବରେ ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଦୁଇଥର ଏପରି କରିବା ବହୁତ ଲାଭ ମିଳିଥାଏ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories