www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ, ମା’ ଲକ୍ଷ୍ମୀଙ୍କ କୃପାରୁ ବଞ୍ଚିତ ହେବାର କେତୋଟି ମୁଖ୍ୟ କାରଣ

ଧାର୍ମିକ ଗ୍ରନ୍ଥରେ ଦରିଦ୍ରତା ଦୂର କରିବା ଓ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସମ୍ବନ୍ଧରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି। ଗରୁଡ ପୁରାଣରେ ମଧ୍ୟ ଏହି ବିଷୟରେ ବର୍ଣ୍ଣିତ ହୋଇଛି। ମା’ ଲକ୍ଷ୍ମୀ କ୍ରୋଧ ହେବା ଦ୍ୱାରା ବ୍ୟକ୍ତି ଦରିଦ୍ର ହୋଇଥାଏ ବୋଲି କୁହାଯାଏ। ମା’ ଲକ୍ଷ୍ମୀଙ୍କ କୃପା ନ ପାଇବାର ଅନେକ କାରଣ ରହିଛି। ଆସନ୍ତୁ ସେହି କାରଣ ବିଷୟରେ ଜାଣିବା।

ଅପରିଷ୍କାର କପଡା ପିନ୍ଧିବା : ଗରୁଡ ପୁରାଣ ଅନୁସାରେ ଅପରିଷ୍କାର କପଡା ପିନ୍ଧିବା ଦ୍ୱାରା ମା’ ଲକ୍ଷ୍ମୀ ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି। ଏହି କାରଣରୁ ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ନଥାନ୍ତି। ଏହି କାରଣରୁ ବ୍ୟକ୍ତି ଦରିଦ୍ରତାର ସମ୍ମଖୀନ ହୋଇଥାଏ। ପରିଷ୍କାର ରହୁ ନଥିବା ବ୍ୟକ୍ତି ଉପରେ ମଧ୍ୟ ମା’ ଲକ୍ଷ୍ମୀ କୃପା କରି ନଥାନ୍ତି। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷ କରିବାକୁ ପଡିଥାଏ।

- Advertisement -

ଦାନ୍ତ ଠିକ ରୂପେ ନ ଘଷିବା : ଦାନ୍ତର ସମ୍ବନ୍ଧ ଆମ ସ୍ୱାସ୍ଥ୍ୟ ସହ ରହିଛି। ଦାନ୍ତ ଠିକ ଭାବେ ନ ଘଷିଲେ ଏହାର କୁପ୍ରଭାବ ଆମ ପେଟ ଉପରେ ପଡିଥାଏ। ଏହାଦ୍ୱାରା ବାରମ୍ବାର ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଠିକ ଭାବେ ଦାନ୍ତ ନ ଘଷୁଥିବା ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀ ସର୍ବଦା କ୍ରୋଧିତ ହୋଇଥାନ୍ତି। କୁହାଯାଇଛି ଯେ ଠିକ ରୂପେ ଦାନ୍ତ ନ ଘଷୁଥିବା ବ୍ୟକ୍ତି ନିଜ କାମ ପ୍ରତି ସଚ୍ଚୋଟ ହୋଇ ନଥାନ୍ତି। ତେଣୁ ସେ ଦରିଦ୍ର ହୋଇଥାନ୍ତି।

ଅଧିକ ଖାଉଥିବା ଲୋକ : ଆବଶ୍ୟକତା ଠାରୁ ଅଧିକ ଖାଉଥିଲେ ମୋଟା ହୋଇଯାନ୍ତି। ମୋଟା ହେବା ଦ୍ୱାରା କାମ କରିବାରେ ଅଧିକ ଅସୁବିଧା ହୋଇଥାଏ। ଏହି କାରଣରୁ ଆଳସ୍ୟର ଶିକାର ହୋଇଥାନ୍ତି। ମୋଟା ହେବା କାରଣରୁ ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ। ଅଧିକ ଖାଉଥିବା ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀ ରାଗି ଯାଆନ୍ତି।

କଠୋର କହୁଥିବା ବ୍ୟକ୍ତି : ଯେଉଁ ବ୍ୟକ୍ତିମାନେ କଥା କହୁଥିବା ସମୟରେ ଅପଶଦ୍ଦ ବ୍ୟବହାର କରନ୍ତି ସେମାନଙ୍କ ଉପରେ କେବେ ବି ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ନଥାନ୍ତି। ଏପରି ବ୍ୟକ୍ତିଙ୍କ ସ୍ୱଭାବ ଅନେକଙ୍କୁ ପସନ୍ଦ ଆସି ନଥାଏ। ତେଣୁ କଥାବାର୍ତ୍ତା ସମୟରେ ସଯଂମତା ରଖିବା ଉଚିତ।

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଉଥିବା ବ୍ୟକ୍ତି : ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ। ଏହି ସମୟରେ ଶୋଇବା ଦ୍ୱାରା ଭଗବାନଙ୍କ କୃପା ମିଳି ନଥାଏ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ବ୍ୟାୟମ କରିବା ଉଚିତ। ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories