www.samajalive.in
Monday, December 8, 2025
27.1 C
Bhubaneswar

ମୁସଲମାନ ହୋଇଥିବାରୁ ମୋ ବାପାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି: ଆଜମ ଖାନଙ୍କ ପୁଅ

ଲକ୍ଷ୍ନୌ : ବିବାଦୀୟ ବୟାନ ପାଇଁ ସମାଜବାଦୀ ପାର୍ଟି (ଏସ୍‍ପି) ନେତା ଆଜମ ଖାନଙ୍କ ନିର୍ବାଚନୀ ପ୍ରଚାର ଉପରେ ନିର୍ବାଚନ ଆୟୋଗ ୭୨ ଘଣ୍ଟାର ପ୍ରତିବନ୍ଧକ ଲଗାଇଥିବାବେଳେ ମଙ୍ଗଳବାର ଏହାକୁ ଆଜମ ଖାନଙ୍କ ପୁଅ ଅବଦୁଲା ଭେଦଭାବ ଜନିତ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି। ଅବଦୁଲା କହିଛନ୍ତି ଯେ ମୁସଲମାନ ହୋଇଥିବାରୁ ତାଙ୍କ ବାପାଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟନୁଷ୍ଠାନ ନେଇଛନ୍ତି। ଆଜମ ଖାନ ଜୟପ୍ରଦାଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦଇନଥିଲେ। ପ୍ରତିବନ୍ଧକ ଲଗାଯାଇ ତାଙ୍କୁ ଚୁପ୍‍ କରି ପାରିବେ ନାହିଁ। ନିର୍ବାଚନ ଆୟୋଗ ଆଜମ ଖାନଙ୍କୁ କୌଣସି ସ୍ପଷ୍ଟୀକରଣ ମାଗିନାହାନ୍ତି। ମୋଦୀଙ୍କୁ ଖୁସି କରିବା ପାଇଁ ନିର୍ବାଚନ ଆୟୋଗ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ଉଲ୍ଲେଖଯୋଗ୍ୟ ଯେ ଅବଦୁଲା ରାମପୁରର ସ୍ୱାର ବିଧାନସଭା ଆସନରୁ ଏସ୍‍ପିର ବିଧାୟକ ଅଛନ୍ତି।
ଉତ୍ତରପ୍ରଦେଶ ରାମପୁର ଲୋକସଭା ଆସନ ପାଇଁ ଏସ୍‍ପି-ବିଏସ୍‍ପି ମେଣ୍ଟରୁ ଆଜମ ଖାନ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ବିଜେପି ପ୍ରାର୍ଥିନୀ ଜୟପ୍ରଦା ନିର୍ବାଚନ ଲଢୁଛନ୍ତି। ତେବେ ବିଜେପି ନେତ୍ରୀ ତଥା ପ୍ରାର୍ଥିନୀ ଜୟପ୍ରଦାଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ସୋମବାର ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ଅପରପକ୍ଷରେ ନିର୍ବାଚନ ଆୟୋଗ ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବା ର୍ପୂବକ ଆଜମ ଖାନଙ୍କ ନିର୍ବାଚନୀ ପ୍ରଚାର ଉପରେ ୩ ଦିନ (୭୨ ଘଣ୍ଟା) ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ପ୍ରତିବନ୍ଧକ ଲାଗିଥିବା ସମୟରେ ବିଜେପି ପ୍ରାର୍ଥିନୀ ମଧ୍ୟ ନିର୍ବାଚନୀ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories