www.samajalive.in
Monday, December 8, 2025
20.1 C
Bhubaneswar

ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା; ବୁଲେଟ୍‌ର ଉତ୍ତର ଭୋଟରେ ଦେବାକୁ ପଡ଼ିବ

ଭୁବନେଶ୍ୱର : ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଗତ କିଛି ଦିନ ହେଲା ବାଲାଟ ପେପରରେ ହାରିଯିବାର ଭୟରେ କିଛି ବ୍ୟକ୍ତି ହିଂସାର ରାସ୍ତା ଆପଣାଇଛନ୍ତି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ବୁଲେଟର ଉତ୍ତର ଭୋଟରେ ଦେବା ପାଇଁ ପଡ଼ିବ। ପଞ୍ଚାୟତ ନିର୍ବାଚନରେ ୧୭ରୁ ଅଧିକ ହତ୍ୟା ହୋଇଥିଲା। ପୂର୍ବରୁ ମଧ୍ୟ ଖୋର୍ଦ୍ଧାରେ ବିଜେପି କର୍ମୀଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ଏହାସହ ସେ କହିଛନ୍ତି , ପୁଲିସ ଡ଼ିଜିଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ କୁହାଯାଇଛି। ହତ୍ୟା ଘଟଣା ପରେ ଜିଲାର କେହି ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ ନାହାନ୍ତି। ଏହା ଏସପିଙ୍କ ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି। ଶାସକ ଦଳର ନେତା ଡ଼ରେଇ ଧମକାଇ ଜିତିବେ ବୋଲି ଭାବୁଛନ୍ତି। ଯାହା ସଫଳ ହେବ ନାହିଁ। ଓଡ଼ିଶାବାସୀ ଏହାର ସଠିକ ଜବାବ ଦେବେ ବୋଲି ସେ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories