ଭୁବନେଶ୍ୱର : ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ବାଲଟର ଲଢେଇ ବୁଲେଟର ନୁହେଁ। ଏଥିସହ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଗଣତନ୍ତ୍ର ଉପରେ ଅତୁଟ ବିଶ୍ୱାସ ରଖି ଶାନ୍ତି ବଜାୟ ରଖିବା ପାଇଁ ସେ ବିନମ୍ର ନିବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ପୁଲିସ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ଅବଗତ କରାଇଥିବା ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି।
ବିଜେପି ନେତାଙ୍କ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
Popular Categories



