www.samajalive.in
Monday, December 8, 2025
20.1 C
Bhubaneswar

ଟିକ୍‌ଟକ୍‌ ଭିଡିଓ ଶୁଟିଂବେଳେ ବନ୍ଧୁକରୁ ଫୁଟିଲା ଗୁଳି, ସାଙ୍ଗ ମୃତ

ନୂଆଦିଲ୍ଲୀ: ଟିକ୍‌ଟକ୍‌ ଭିଡିଓ ଶୁଟିଂ କରି ସୋସିଆଲ ମିଡିଆରେ ଚର୍ଚ୍ଚିତ ହେବା ପାଇଁ ଏବେ ଯୁବପିଢ଼ିଙ୍କ ମଧ୍ୟରେ ପାଗଳାମୀ ଦେଖିବାକୁ ମିଳୁଛି। ନୂଆ ନୂଆ ଢଙ୍ଗରେ ଭିଡିଓ ଶୁଟ୍‌ କରିବା ପାଇଁ ଯୁବତୀଯୁବକମାନେ ଯେକୌଣସି ବିପଦକୁ ସାମ୍ନା କରିବାକୁ ମଧ୍ୟ ପଛାଉନାହାନ୍ତି। କିନ୍ତୁ ଏଥିପାଇଁ ଜଣେ ଯୁବକଙ୍କୁ ଜୀବନ ହରାଇବାକୁ ପଡ଼ିଛି। ସାଙ୍ଗ ମୁଣ୍ଡରେ ବନ୍ଧୁକ ଲଗାଇ ଟିକ୍‌ଟକ ଭିଡିଓ ଶୁଟ୍‌ କରିବା ବେଳେ ଗୁଳି ଫୁଟିଯିବାରୁ ସାଙ୍ଗର ମୃତ୍ୟୁ ଘଟିଛି। ନୂଆଦିଲ୍ଲୀରେ ଏଭଳି ଏକ ଘଟଣା ଆଲୋଡନ ସଷ୍ଟି କରିଛି। ଉଦ୍ଦେଶ୍ୟ ନ ଥାଇ ହତ୍ୟା ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

ନୂଆଦିଲ୍ଲୀ ଡିସିପି ମାଧୁର ବର୍ମା କହିଛନ୍ତି, ହତ୍ୟାର ଶିକାର ହୋଇଛନ୍ତି ମହମ୍ମଦ ସଲମନ ନାମକ ଜଣେ ୧୯ ବର୍ଷୀୟ ଯୁବକ। ସେ ତାଙ୍କ ପରିବାର ସହ ଉତ୍ତର ଦିଲ୍ଲୀର ନ୍ୟୁ ଜାଫ୍ରାବାଦରେ ରୁହନ୍ତି। ତାଙ୍କ ଦୁଇ ସାଙ୍ଗ ସୁହେଲ ମଲିକ ଏବଂ ଆମିର ମଲିକ ସଲମନଙ୍କ ପଡ଼ୋଶୀ। ୩ ଜଣ ଯାକ ଶନିବାର ରାତି ପ୍ରାୟ ୯ଟା ୪୫ରେ ଏକ ହ୍ୟୁଣ୍ଡାଇ କ୍ରେଟା କାରରେ ଇଣ୍ଡିଆ ଗେଟ୍‌ ଅଭିମୁଖେ ଯାଉଥିଲେ। ସଲମନ ଗାଡ଼ି ଚଳାଉଥିବାବେଳେ ସୁହେଲ ତାଙ୍କ ବାମପାର୍ଶ୍ଵ ସିଟ୍‌ରେ ବସିଥିଲେ। ପଛ ସିଟ୍‌ରେ ଆମିର ବସିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ଲଳିତ ହୋଟେଲ ଅତିକ୍ରମ କରି ରଞ୍ଜିତ ସିଂହ ଫ୍ଲାଏଓଭର ଉପରେ ଯାଉଥିଲେ। ଏହି ସମୟରେ ସୁହେଲ ହାତରେ ବନ୍ଧୁକ ଧରି ସଲମାନଙ୍କ ମୁଣ୍ଡରେ ଲଗାଇବା ସହ ପଛରେ ବସିଥିବା ଆମିରଙ୍କୁ ଟିକ୍‌ଟକ ଆପ୍‌ ପାଇଁ ଭିଡିଓ ଶୁଟ୍‌ କରିବାକୁ କହିଥିଲେ। କିନ୍ତୁ ଗାଡ଼ିର ଏକ ଚକ ରାସ୍ତାରେ ପଡ଼ିଥିବା କୌଣସି ଜିନିଷ ଉପରେ ଚଢ଼ିଯିବାରୁ ଗାଡ଼ି ଗୋଟିଏ ପାର୍ଶ୍ଵକୁ ଢଳି ଯାଇଥିଲା। ଏତିକି ବେଳେ ଦୁର୍ଘଟଣାବଶତଃ ସୁହେଲ ଧରିଥିବା ବନ୍ଧୁକର ଟ୍ରିଗର ଚିପି ହୋଇଯିବାରୁ ଗୁଳି ଫୁଟିଯାଇଥିଲା। ଗୁଳିଟି ସଲମନଙ୍କ ବାମପଟ କାନମୁଣ୍ଡାରେ ପଶି ଡାହାଣପାର୍ଶ୍ଵରେ ବାହାରିଥିଲା। ସଲମନ ସେହି ସ୍ଥାନରେ ମୁହଁ ମାଡ଼ି ଷ୍ଟିୟରିଂ ଉପରେ ପଡ଼ିଥିଲେ। କିନ୍ତୁ ସୌଭାଗ୍ୟବଶତଃ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ନ ଥିଲା। କିନ୍ତୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

- Advertisement -

ଘଟଣା ପରେ ସୁହେଲ ଏବଂ ଆମିର ପ୍ରମାଣ ନଷ୍ଟ କରିବା ଲାଗି ଗାଡ଼ିରୁ ରକ୍ତଛିଟା ପୋଛିବା ସହ ସଲମନଙ୍କୁ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଝରକାରେ ମୁଣ୍ଡ ମାଡ଼ ହୋଇଯାଇଥିବା ସେମାନେ ଦର୍ଶାଇଥିଲେ। କିନ୍ତୁ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଜାଣିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଉଦ୍ଦେଶ୍ୟ ନ ଥାଇ ହତ୍ୟା ଅଭିଯୋଗରେ ସୁହେଲଙ୍କୁ ଗିରଫ କରିଥିବାବେଳେ ତାଙ୍କ ସହଯୋଗୀ ଆମିର ଏବଂ ଅନ୍ୟ ଜଣଙ୍କୁ ପ୍ରମାଣ ନଷ୍ଟ ଅଭିଯୋଗରେ ଗିରଫ କରିଛି ବୋଲି ଡିସିପି କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories