www.samajalive.in
Monday, December 8, 2025
27.1 C
Bhubaneswar

ହନୁମାନଙ୍କୁ ନେଇ ଆଜମ ଖାନ ଓ ଗିରିରାଜଙ୍କ ମଧ୍ୟରେ ବାକ୍‍ଯୁଦ୍ଧ

ଲକ୍ଷ୍ନୌ : ହନୁମାନଙ୍କୁ ନେଇ ବିହାର ବେଗୁସରାଇ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଏବଂ ସମାଜବାଦୀ ପାର୍ଟି (ଏସ୍‍ପି)ର ବରିଷ୍ଠ ନେତା ଆଜମ ଖାନଙ୍କ ମଧ୍ୟରେ ବାକ୍‍ଯୁଦ୍ଧ ଆରମ୍ଭ ହୋଇଛି। ଗିରିରାଜ କହିଛନ୍ତି ଯେ ଆଜମ ଖାନ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗାଳି ଦେଇଥିଲେ। ଏବେ ସେ ଆମ ଭଗବାନଙ୍କୁ ଗାଳି ଦେଉଛନ୍ତି। ବେଗୁସରାଇ ନିର୍ବାଚନ ସରିବା ପରେ ସେ ରାମପୁର ଯାଇ ଆଜମ ଖାନଙ୍କୁ ହନୁମାନ କିଏ, ଜଣାଇବେ ବୋଲି ଚେତବାନୀ ଦେଇଛନ୍ତି।
ଏହା ପୂର୍ବରୁ ଏସ୍‍ପି ନେତା ଆଜମ ଖାନ କହିଥିଲେ ଯେ ମୋଦୀ ଏବଂ ଯୋଗୀଙ୍କୁ ନିର୍ବାଚନ ସମୟରେ ପାକିସ୍ତାନ ଏବଂ ମୁସଲମାନଙ୍କୁ ଛାଡ଼ି କିଛି ଦିଶୁନାହିଁ। ଏଠାରେ ହନୁମାନଙ୍କ ଜାତି କ’ଣ କୁହାଯାଉଛି। କିନ୍ତୁ ଏବେ ବଜରଙ୍ଗ ଏବଂ ଅଲ୍ଲୀ ମିଶି ଅତ୍ୟଚାରୀଙ୍କୁ କ୍ଷମତାଚ୍ୟୁତ କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଲ୍ଲୀ ଏବଂ ବରଜଙ୍ଗବାଲି ଭାଷଣକୁ ନେଇ ଆଜମ ଖାନ ଏହି ଟିପ୍ପଣୀ ଦେଇଥିଲେ। ଗିରିରାଜ ଏବେ ଆଜମଙ୍କ ଟିପ୍ପଣୀର ଜବାବ ଦେଇଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories