www.samajalive.in
Monday, December 8, 2025
27.1 C
Bhubaneswar

ଦେଶବାସୀଙ୍କୁ ରାହୁଲଙ୍କ ନିବେଦନ; ବୁଦ୍ଧିମତ୍ତାର ସହ ଭୋଟ ଦିଅ

ନୂଆଦିଲ୍ଲୀ: ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବା କ୍ଷଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶବାଦୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ବିଟ୍‌ କରିଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବା ସହ ଦେଶବାସୀ ବୁଦ୍ଧିମତ୍ତାର ସହ ଭୋଟ ଦେଇ ନିଜର  ମତାଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି।

୨୦୧୪ ନିର୍ବାଚନରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଏଯାଏ ପୂରଣ କରି ନାହିଁ ବୋଲି ରାହୁଲ ଅଭିଯୋଗ କରିବା ସହ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ୨ କୋଟି ନିଯୁକ୍ତି ନାହିଁ, ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଲାନି, ଭଲ ଦିନ ଆସିଲାନି। ଏହା ସତ୍ବେ ବିମୁଦ୍ରାକରଣ କରାଗଲା, କୃଷକଙ୍କୁ ପ୍ରତାରଣା, ଗବର ସିଂହ ଟ୍ୟାକ୍ସ, ରାଫେଲ ମିଥ୍ୟା, ହିଂସା, ଘୃଣା, ଭୟ ସୃଷ୍ଟି କରାଗଲା। ଆପଣମାନେ ବୁଦ୍ଧିମତ୍ତାର ସହ ଭାରତର ଆତ୍ମା ପାଇଁ ଭୋଟ ଦିଅନ୍ତୁ ବୋଲି ରାହୁଲ ଟ୍ବିଟ୍‌ରେ ଲେଖିଛନ୍ତି। ବିଜେପି ନେତୃତ୍ଵାଧୀନ ସରକାର ଗରିବ, କୃଷକ ଏବଂ ଯୁବଗୋଷ୍ଠୀଙ୍କୁ ଅବହେଳା କରିଛି ବୋଲି ରାହୁଲ କହିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories