www.samajalive.in
Monday, December 8, 2025
20.1 C
Bhubaneswar

ଉତ୍ତମ ନିଦ୍ରା ଚାହୁଁଛନ୍ତି କି ? ଖାଦ୍ୟରେ ସାମିଲ କରନ୍ତୁ ଏସବୁ

ପ୍ରତିଦିନର ବ୍ୟସ୍ତବହୁଳ ଜୀବନରେ ଶାନ୍ତିର ସହ ଶୋଇବା ସମସ୍ତଙ୍କ ଭାଗ୍ୟରେ ନ ଥାଏ। ନିଦ ଠିକ ଭାବେ ନ ହେଲେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଠିକ ଭାବେ ଖାଦ୍ୟ ନ ଖାଇବା ଦ୍ୱାରା ମଧ୍ୟ ନିଦ ହୋଇ ନଥାଏ। ଉତ୍ତମ ନିଦ୍ରା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ ଆସନ୍ତୁ ଜାଣିବା।
କଦଳୀ:
କଦଳୀରେ ପୋଷକ ଭରପୂର ଥିବାରୁ ଏହା ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ ଅଛି ଯାହା ଶରୀରର ମାଂସପେଶୀକୁ ଆରାମ ପହଞ୍ଚାଇଥାଏ। ଏହା ସହ କଦଳୀରେ ଥିବା ପ୍ରାକୃତିକ କାର୍ବୋହାଇଡ୍ରେଡ୍‍ ରକ୍ତରେ ଶର୍କରାର ମାତ୍ରା କମାଇ ଦେଇଥାଏ। କଦଳୀ ଖାଇବାର ୧ଘଣ୍ଟା ଭିତରେ ନିଦ ଲାଗିଥାଏ।

Pic courtesy : BreakingNews.ie

କ୍ଷୀର:
କ୍ଷୀରରେ ଏମିନୋ ଏସିଡ ରହିଥାଏ। ରାତିରେ ଶୋଇବାକୁ ଯିବାର କିଛି ସମୟ ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଭଲ ଭାବରେ ନିଦ ହୋଇଥାଏ।
ବାଦାମ:
ବାଦାମ, ପିସ୍ତାବାଦାମ ଇତ୍ୟାଦି ଶରୀରକୁ ଅଧିକ ପରିମାଣରେ ଶକ୍ତି ଦେଇଥାନ୍ତି। ବାଦାମରେ ପୋଷକ ତତ୍ତ୍ୱ ଓ କ୍ୟାଲସିୟମ ରହିଥିବାରୁ ମସ୍ତିଷ୍କକୁ ଶାନ୍ତ କରି ନିଦ ବଢାଇବାରେ ସାହାଯ୍ୟ କରିଥାଏ।

- Advertisement -
Pic courtesy : Barefeet In The Kitchen

ଆଇସକ୍ରିମ୍‍:
ଯେକୌଣସି ଋତୁ ହେଉ ନା କାହିଁକି ଆଇସକ୍ରିମ୍‍ ଖାଇବାକୁ କେହି କେବେ ମନା କରିପାରନ୍ତି ନାହିଁ। ଖାସ କରି ଖାଇ ସାରିବା ପରେ ଆଇସକ୍ରିମ୍‍ ଖାଇବାକୁ ପ୍ରବଳ ଇଚ୍ଛା ହୋଇଥାଏ। ଏଥିରେ ଶର୍କରା ଓ ଫ୍ୟାଟ୍‍ ଥିବାରୁ ମସ୍ତିଷ୍କକୁ ଶାନ୍ତ କରିଥାଏ। ଯାହା ଦ୍ୱାରା ଭଲ ନିଦ ହୋଇଥାଏ।
ଲୁଣ:
ଶୋଇବାକୁ ଯିବା ପୂର୍ବରୁ ଅଧିକ ଲୁଣ ମିଶ୍ରିତ ଖାଦ୍ୟ ଖାଇବା ଉଚିତ ନୁହେଁ କାରଣ ଏପରି କରିବା ଦ୍ୱାରା ଶରୀରରେ ଜଳୀୟ ଅଂଶ କମାଇ ଦେଇଥାଏ। ଯାହାଦ୍ୱାରା ଠିକ ଭାବେ ନିଦ ହୋଇ ନଥାଏ।
ରାତିରେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ମଧ୍ୟ ରାତିରେ ନିଦ ଠିକ ଭାବେ ହୋଇ ନଥାଏ।
ଉତ୍ତମ ନିଦ୍ରା ପାଇଁ ଏହି ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories