www.samajalive.in
Monday, December 8, 2025
27.1 C
Bhubaneswar

ନିର୍ବାଚନ ପରେ ଭାରତ ସହ ଆମେ ଆଲୋଚନା ପାଇଁ ପ୍ରସ୍ତୁତ: ପାକ୍‌ ମନ୍ତ୍ରୀ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ଏଥିରେ ସୁଧାର ଆଣିବା  ସହିତ ପୂର୍ବ ପରି ସମ୍ପର୍କ ଫେରାଇ ଆଣିବା ଲାଗି ଭାରତ ସହ ଆଲୋଚନା କରିବା ପାଇଁ ଆମେ ପ୍ରସ୍ତୁତ ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି।

ଏକ ସାକ୍ଷାତକାରରେ ଚୌଧୁରୀ କହିଛନ୍ତି, ପୁଲୱାମା ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ହ୍ରାସ କରିବା ଲାଗ କୁଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି। କିନ୍ତୁ ପାକ୍‌ ନେତୃବୃନ୍ଦ ଭାବୁଛନ୍ତି ଭାରତରେ ଆରମ୍ଭ ହେବାକୁ ଥିବା ନିର୍ବାଚନ ଶେଷ ନ ହେବା ଯାଏ ଆଲୋଚନା ଆଗକୁ ବଢ଼ିପାରିବ ନାହିଁ ବୋଲି ଚୌଧୁରୀ କହିଛନ୍ତି।

- Advertisement -

ପାକିସ୍ତାନ ଉପରେ ଭାରତର ସାନି ଆକ୍ରମଣ ଯୋଜନା ନେଇ ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀଙ୍କ ମନ୍ତବ୍ୟକୁ ଭାରତ ପକ୍ଷରୁ ଖଣ୍ଡନ କରାଯିବା ପରେ ଚୌଧୁରୀ ଏଭଳି ମତ ଦେଇଛନ୍ତି। କ୍ୟୁରେଶୀଙ୍କ ମନ୍ତବ୍ୟ ସମ୍ପର୍କରେ ଚୌଧୁରୀ କହିଥିଲେ ଯେ, ମୁଁ ଭାବୁଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ସେନାକୁ ସମସ୍ତ କ୍ଷମତା ଦେଇଛନ୍ତି ବୋଲି ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ଆଧାର କରି କ୍ୟୁରେଶୀ ଏଭଳି ଟିପ୍ପଣୀ ଦେଇଛନ୍ତି। ଯଦି ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ସେନାକୁ ସମସ୍ତ କ୍ଷମତା ଦିଆଯାଏ, ତା’ହେଲେ ସେ କେତେବେଳେ ବି ଏହାର ଅପବ୍ୟବହାର କରିପାରେ। କିନ୍ତୁ ଇସଲାମାବାଦ ନୂଆଦିଲ୍ଲୀ ସହ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ପାକିସ୍ତାନ ଆଶା କରିଛି ଯେ, ଭାରତରେ ନିର୍ବାଚନୀ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେବା ପରେ ଯେ କୌଣସି ସରକାର କ୍ଷମତାକୁ ଆସିଲେ ବି ତାଙ୍କ ସହ ବସି ଆଲୋଚନା କରିବ। ପୁଲୱାମା ଆକ୍ରମଣ ପରେ ଯେଉଁ ବାତାବରଣ ସୃଷ୍ଟି ହୋଇଛି ତାହା ଜନସ୍ବାର୍ଥ ଏବଂ ରାଷ୍ଟ୍ର ସ୍ବାର୍ଥ ବିରୋଧୀ। ତେଣୁ ଏହି ପରିସ୍ଥିତିରେ ସୁଧାର ଆଣି ଆଗକୁ ବଢ଼ିବା ପ୍ରକ୍ରିୟା ଆରମ୍ଭ କରାଯିବା ଉଚିତ ବୋଲି ଚୌଧୁରୀ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories