www.samajalive.in
Monday, December 8, 2025
27.1 C
Bhubaneswar

‘ସଙ୍କଳ୍ପ ପତ୍ର’ ନୁହେଁ, ‘ପ୍ରତାରଣା ପତ୍ର’: କଂଗ୍ରେସ

ନୂଆଦିଲ୍ଲୀ: ବିଜେପି ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଏହାର ‘ସଙ୍କଳ୍ପ ପତ୍ର’ ବା ଇସ୍ତାହାର ପ୍ରକାଶ କରିଛି। କିନ୍ତୁ ଏହାକୁ କଡ଼ା ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ବିଜେପିର ‘ସଙ୍କଳ୍ପ ପତ୍ର’କୁ ‘ପ୍ରତାରଣା ପତ୍ର’ ବୋଲି କହିଛି। ୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ ପ୍ରଶ୍ନ କରିଛନ୍ତି। ​ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ବେକାରୀଙ୍କୁ ଚାକିରି, ପ୍ରତି ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରାଯିବା, ଏମ୍‌ଏସପି ବୃଦ୍ଧି ଆଦି ପ୍ରତିଶ୍ରୁତି ପୂରଣ କରିବାରେ ବିଜେପି ବିଫଳ ହୋଇଛି। ତେଣୁ ଏଥର ବି ବିଜେପି ଦେଶବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛି। କଂଗ୍ରେସ ନିଜ ଇସ୍ତାହାରର କଭର୍‌ ପୃଷ୍ଠାରେ ଜନସାଧାରଣଙ୍କ ଫଟୋ ରଖିଥିବାବେଳେ ବିଜେପି କେବଳ ମୋଦୀଙ୍କ ଫଟୋ ଛାପିଛି। ବିଜେପି ଇସ୍ତାହାରରେ କେବଳ ମୁଁ ଏବଂ ମୋର ଭଳି ଅହଙ୍କାରର ଗନ୍ଧ ମିଳୁଛି। ଦେଶରେ ବେରୋଜଗାର ବୃଦ୍ଧି ପାଇଥିବାବେଳେ ସମସ୍ତଙ୍କୁ ରୋଜଗାର ଦେବା ଲାଗି ବିଜେପି ପୂର୍ବରୁ କରିଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପଟେଲ କହିଛନ୍ତି।

ସେହିପରି କଂଗ୍ରେସ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରାଯାଇଛି ବିଜେପିର ସଙ୍କଳ୍ପ ପତ୍ରକୁ ସମାଲୋଚନା କରାଯାଇଛି। ‘ସବୁଦିନ ପାଇଁ ସମସ୍ତଙ୍କୁ ତୁମେ ଭୂଆଁ ବୁଲାଇପାରିବ ନାହିଁ’ ବୋଲି ଏହି ବିବୃତିରେ କୁହାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories