www.samajalive.in
Monday, December 8, 2025
27.1 C
Bhubaneswar

ଅଜାଣତରେ କରୁଥିବା ଏହି ଭୁଲ ସୃଷ୍ଟି କରେ ସର୍ମ୍ପକରେ ଫାଟ

ଯେକୌଣସି ସମ୍ପର୍କ ହେଉ ନା କାହିଁକି ତାକୁ ସମ୍ଭାଳି ରଖିବା ଉଚିତ। କାରଣ ସମ୍ପର୍କର ଡୋରି ଥରେ ଛିଣ୍ଡି ଗଲେ ତାକୁ ଯୋଡିବାକୁ ଅନେକ କଷ୍ଟ ହୋଇଥାଏ। ଛୋଟ ଛୋଟ ଭୁଲ ଦ୍ବାରା ସମ୍ପର୍କରେ ଫାଟ ଦେଖା ଦେଇଥାଏ। ତେଣୁ ସମ୍ପର୍କକୁ ମଜଭୁତ ରଖିବା ପାଇଁ ସତର୍କତାର ସହ ରହିବା ଉଚିତ। ଆପଣଙ୍କର କୌଣସି କାରଣ ଦ୍ବାରା କିଛି ଲୋକ ଆଘାତ ପାଇ ସମ୍ପର୍କ ଭାଙ୍ଗି ଦେଇଥାଆନ୍ତି।

ନିଜ ସାଥୀଙ୍କ ସହ ସମ୍ପର୍କକୁ ମଜଭୁତ କରିବାକୁ ଚାହୁଁଥିଲେ ତାଙ୍କୁ ନିୟନ୍ତ୍ରଣ କରନ୍ତୁ ନାହିଁ। ଏହାସହ ସବୁ କଥାରେ ତାଙ୍କୁ ଅଟକାନ୍ତୁ ନାହିଁ। ବେଳେବେଳେ ଆପଣଙ୍କ ସାଥୀ କୌଣସି କାରଣ ପାଇଁ ଟଙ୍କା ଖର୍ଚ୍ଚ କରିଥାଆନ୍ତି। ସେହି ସମୟରେ ଆପଣ ତାଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ମନା କରିବାରୁ ସମ୍ପର୍କରେ ଫାଟ ଦେଖା ଦେଇଥାଏ।

- Advertisement -

ମିଛ କହିବା, ଧୋକା ଦେବା, ଈର୍ଷା କରିବା ଓ ଅନାଦର କରିବା ଦ୍ବାରା ସାଥୀଙ୍କ ସହ ମନୋମାଳିନ୍ୟ ହୋଇଥାଏ। ଏହାଦ୍ବାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

ଆପଣ ସାଥୀଙ୍କ ପ୍ରତି ଖରାପ ବ୍ୟବହାର କରିବା ଦ୍ବାରା ତାଙ୍କ ମନକୁ ଅନେକ ସମୟରେ କଷ୍ଟ ଲାଗିଥାଏ। ସେଥିପାଇଁ ମଧ୍ୟ ସମ୍ପର୍କ ଭାଙ୍ଗି ଯାଇଥାଏ।

ଆପଣ ଅନ୍ୟ କାହା ସହ ସମୟ ଅତିବାହିତ କରୁଛନ୍ତି ତାହା ସାଥୀ ଜାଣିବା ଉଚିତ। କୌଣସି ସମୟରେ ଏସବୁ ଲୁଚାଇବା ଦ୍ବାରା ସାଥୀଙ୍କ ମନରେ ଆପଣଙ୍କ ପ୍ରତି ସନ୍ଦେହ ହୋଇଥାଏ।

ସାଥୀଙ୍କ ଅନୁମତି ବିନା ତାଙ୍କର ଫୋନ ଯାଞ୍ଚ କରନ୍ତୁ ନାହିଁ। କାରଣ ଏହାଦ୍ବାରା କଳହ ହୋଇଥାଏ।

କେବେ ବି କୌଣସି ଛୋଟ ଛୋଟ କଥାକୁ ନେଇ ସାଥୀଙ୍କ ସହ ଝଗଡା କରନ୍ତୁ ନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories