ଚେନ୍ନଇ/ହାଇଦରାବାଦ : ଆଇପିଏଲ କ୍ରିକେଟ-୨୦୧୯ରେ ଶନିବାର ସୁଦ୍ଧା ୧୭ଟି ମ୍ୟାଚ ଖେଳାଯାଇଛି । ଅଧିକାଂଶ ଦଳ ୪ଟିରୁ ଅଧିକ ମ୍ୟାଚ ଖେଳିସାରିଛନ୍ତି । ତେବେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି। ଚେନ୍ନଇଠାରେ ପ୍ରଥମ ମ୍ୟାଚ ଚେନ୍ନଇ ସୁପର କିଙ୍ଗସ୍ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ ଆରମ୍ଭ ହୋଇଛି । ଟସ୍ ଜିତି ଚେନ୍ନଇ ସୁପର କିଙ୍ଗସ ବ୍ୟାଟିଂ ଆରମ୍ଭ କରିଛି। ଚେନ୍ନଇ ଦଳ ଶନିବାର ସୁଦ୍ଧା ୪ଟି ମ୍ୟାଚ ଖେଳି ୩ଟି ବିଜୟ ଏବଂ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୪ର୍ଥ ସ୍ଥାନରେ ରହିଛି। ସେହିପରି କିଙ୍ଗସ୍ ଏକାଦଶ ପଞ୍ଜାବ ୪ଟି ମ୍ୟାଚ ଖେଳି ୩ଟି ବିଜୟ ଏବଂ ଗୋଟିଏ ପରାଜୟ ସହ ୬ପଏଣ୍ଟ ପାଇ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ରହିଛି।
ସେହିପରି ରାତି ୮ଟାରେ ହାଇଦରାବାଦରେ ସନ ରାଇଜର୍ସ ହାଇଦରାବାଦ ଓ ମୁମ୍ବଇ ଇଣ୍ଡିଆନସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ହାଇଦରାବାଦ ଶନିବାର ସୁଦ୍ଧା ୪ଟି ମ୍ୟାଚ ଖେଳି ୩ଟି ବିଜୟ ଏବଂ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନସ ୪ଟି ମ୍ୟାଚ ଖେଳି ୨ଟି ବିଜୟ ଏବଂ ୨ଟି ପରାଜୟ ସହ ୪ପଏଣ୍ଟ ପାଇ ପଏଣ୍ଟ ତାଲିକାର ୫ମ ସ୍ଥାନରେ ରହିଛି।



