www.samajalive.in
Monday, December 8, 2025
27.1 C
Bhubaneswar

ଲୋକଙ୍କ ଉପରେ ଦାୟିତ୍ଵ ଛାଡ଼ିଲେ ମୋଦୀ; କେଉଁ ସରକାର ଦରକାର ଫଇସଲା କରନ୍ତୁ

ସୁନ୍ଦରଗଡ଼: ଦେଶ ଏବଂ ଓଡ଼ିଶାରେ କିଭଳି ସରକାର ଦରକାର ତାହା ଫଇସଲା କରିବାର ଅଛି। ସଚ୍ଚୋଟ ନା ଭ୍ରଷ୍ଟ ସରକାର ଦରକାର ତାହା ଆପଣମାନଙ୍କୁ ଫଇସଲା କରିବାକୁ ପଡ଼ିବ। ସବୁ ବର୍ଗର ବିକାଶ କରୁଥିବା ସରକାର ଦରକାର ନା ବଂଶବାଦ ସରକାର ଦରକାର। ଆପଣମାନେ କଂଗ୍ରେସ ଏବଂ ବିଜେଡି ସରକାର ଦେଖିଛନ୍ତି। ବିଜେପି କାମ ବି ଦେଖିଛନ୍ତି। ତେଣୁ ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ କେଉଁ ସରକାର ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସୁନ୍ଦରଗଡ଼ ଗସ୍ତରେ ଆସି ଓଡ଼ିଶାବାସୀଙ୍କୁ ଏଭଳି ଆହ୍ବାନ କରିଛନ୍ତି। ପୂର୍ବଥର ଭଳି ମୋଦୀ ରାଜ୍ୟର ବିଜେଡି ସରକାର ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ଓଡ଼ିଶାରେ କେଉଁଭଳି ସରକାର ଦରକାର ତାହାର ନିଷ୍ପତ୍ତି ନେବାର ଦାୟିତ୍ଵ ଲୋକଙ୍କ ଉପରେ ଛାଡ଼ିଛନ୍ତି।

ମୋଦୀ ଆହୁରି କହିଥିଲେ, ଆମେ ପରିବାର ଆଧାରିତ ନୋହୁଁ କି ଟଙ୍କା ଆଧାରିତ ନୋହୁଁ। ବିଜେପି ଟଙ୍କାରେ ନୁହେଁ, କାର୍ଯ୍ୟକର୍ତ୍ତାମାନଙ୍କ ଝାଳରେ ତିଆରି ହୋଇଛି। ଏବେ ସାରା ଦେଶରେ ବିଜେପି ବାନା ଉଡୁଛି। ଲୋକେ ବିଜେପିକୁ ଗ୍ରହଣ କରିଛନ୍ତି। ଦେଶର ସବୁ ବର୍ଗର ଲୋକ ବିଜେପି ସହ ସାମିଲ ହୋଇଛନ୍ତି। କେବଳ ବିଜେପି ବିକାଶକୁ ଜନ ଆନ୍ଦୋଳନର ରୂପ ଦେଇଛି।

- Advertisement -

ଓଡ଼ିଶାରେ ପଦ୍ମ ଫୁଟିବା ନିଶ୍ଚିତ:-

ମୋଦୀ ଓଡ଼ିଶାରେ ବିଜେପିର ସ୍ଥିତି ସମ୍ପର୍କରେ କହିଥିଲେ ଯେ, ଏଥର ଓଡ଼ିଶାରେ ପଦ୍ମ ଫୁଟିବା ନିଶ୍ଚିତ। ଲୋକେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିସାରିଛନ୍ତି। ମୁଁ ନିଶ୍ଚିତ ଯେ ଓଡ଼ିଶାରେ ଏଥର ସବୁଠାରୁ ଅଧିକ ପଦ୍ମ ଫୁଟିବ। ଆଉଥରେ ଦେଶରେ ପୁଣି ପୂର୍ଣ୍ଣ ବହୁମତ ସରକାର ଗଠନ ହେବ।

ଭାରତ ଏବେ ଆତଙ୍କବାଦୀଙ୍କ ଘରେ ପଶି ମାରୁଛି। ପୂର୍ବରୁ ବି ସରକାର ଥିଲା। କିନ୍ତୁ ଏମିତି ପଦକ୍ଷେପ ନେଉ ନ ଥିଲା। ମଜଭୁତ ଭାରତ ପାଇଁ ମଜଭୁତ ସରକାର ଦରକାର, ମଜଭୁତ ଓଡ଼ିଶା ଦରକାର। ମଜଭୁତ ଓଡ଼ିଶା ପାଇଁ ଏଠାରେ ପଦ୍ମ ଫୁଟିବା ଆବଶ୍ୟକ। ଭାରତ ଭଳି ଓଡ଼ିଶାକୁ ଏକ ମଜଭୁତ ସରକାର ଜରୁରୀ। ସମସ୍ତଙ୍କ ସହ ସମସ୍ତଙ୍କ ବିକାଶ ମନ୍ତ୍ରରେ ଚାଲୁଥିବା ସରକାର ଦରକାର। ଭେଦଭାବପୂର୍ଣ୍ଣ ସରକାର ଯୋଗୁ ପୂର୍ବ ଭାରତ ବିକାଶରୁ ଦୂରରେ ବୋଲି ମୋଦୀ କହିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories