www.samajalive.in
Monday, December 8, 2025
27.1 C
Bhubaneswar

ଔଷଧୀୟ ଗୁଣରେ ଭରପୂର କସ୍ତୁରୀ ମେଥି

ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ କିଛି ଜରୁରୀ ମସଲା ରହିଥାଏ। ସେଥି ମଧ୍ୟରୁ କସ୍ତୁରୀ ମେଥି ଅନ୍ୟତମ। ଏହା ଖାଦ୍ୟର ସ୍ବାଦ ବଢାଇବା ସହ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏହା ଶରୀର ପାଇଁ ଏକ ଆର୍ଶୀବାଦ ସ୍ବରୂପ ଅଟେ। ଆୟୁର୍ବେଦରେ କସ୍ତୁରୀ ମେଥିକୁ ଔଷଧ ବୋଲି କୁହାଯାଇଛି। ଏହାର ବ୍ୟବହାର ଦ୍ବାରା ଅନେକ ରୋଗରୁ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା କସ୍ତୁରୀ ମେଥିର କିଛି ଲାଭଦାୟକ ଗୁଣ ବିଷୟରେ ..

ଏନିମିୟା :

- Advertisement -

ମହିଳାଙ୍କ ଶରୀରରେ ରକ୍ତର ଅଭାବ ବା ଏନିମିୟା ଅଧିକ ଦେଖା ଯାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ଅନେକ ପ୍ରକାରର ଉପାୟ, ଯତ୍ନ ନେବାକୁ ପଡିଥାଏ। କସ୍ତୁରୀ ମେଥିକୁ ନିଜ ଖାଦ୍ୟରେ ପ୍ରତ୍ୟେକ ଦିନ ସାମିଲ କରନ୍ତୁ। ଏହାଦ୍ବାରା ରକ୍ତର ଅଭାବ ଦୂର ହୋଇଥାଏ।

ପେଟ ସଂକ୍ରମଣ :

ପେଟ ସମ୍ବନ୍ଧୀୟ ରୋଗରୁ ବର୍ତ୍ତିବା ପାଇଁ ଖାଦ୍ୟରେ ସର୍ବଦା କସ୍ତୁରୀ ମେଥିର ବ୍ୟବହାର କରନ୍ତୁ। ଏହା ପେଟ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିବା ସହ ହୃଦଘାତ, ଗ୍ୟାଷ୍ଟିକ ପରି ରୋଗ ଠାରୁ ଦୂରେଇ ରଖିଥାଏ।

ରକ୍ତଚାପରୁ ଦୂରେଇ ରଖେ :

ସ୍ବାଦ​‌ରେ କଡା ଲାଗୁଥିବା କସ୍ତୁରୀ ମେଥି ମଧୁମେହ ରୋଗୀଙ୍କ ପାଇଁ ଉତ୍ତମ ଅଟେ। ଏହାର ସେବନ ଦ୍ବାରା ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣ ହୋଇ ରହିଥାଏ। କସ୍ତୁରୀ ମେଥିର ସେବନ ଦ୍ବାରା ଟାଇପ-୨ ମଧୁମେହ ରୋଗରୁ ମୁକ୍ତି ମିଳିଥାଏ।

 

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories