nua o banner

ଗୁଲବଦିନ ହେଲେ ଆଫଗାନିସ୍ତାନ ଦିନିକିଆ ଦଳ ଅଧିନାୟକ

BJD Bijuli 480×75 Mob

ଆଫଗାନିସ୍ତାନ: ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ବକପ୍‌ ନିମନ୍ତେ ହାତଗଣତି ଦିନ ବାକି ରହିଥିବା ବେଳେ ଆଫଗାନିସ୍ତାନ ଦିନିକିଆ ଦଳର ଅଧିନାୟକ ପଦରୁ ଆସଗର ଆଫଗାନ୍‌ଙ୍କୁ ବିଦା କରାଯାଇ ତାଙ୍କ ସ୍ଥାନରେ ଗୁଲବଦିନ୍‌ ନାଇବଙ୍କୁ ନିଯୁକ୍ତ କରାଯାଇଛି। ଗୁଲବଦିନଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଟେଷ୍ଟ ଓ ଟ୍ବେଣ୍ଟି୨୦ ଦଳର ଅଧିନାୟକ ମଧ୍ୟ ପରିବର୍ତ୍ତନ କରିଛି ଆଫଗାନିସ୍ତାନ। ଟେଷ୍ଟ ଦଳର ଅଧିନାୟକ ଭାବେ ରହମତ୍‌ ଶାହାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଟ୍ବେଣ୍ଟି୨୦ ଦଳର ଅଧିନାୟକ ଭାବେ ରସିଦ୍‌ ଖାନ୍‌ଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ରସିଦ୍‌ଙ୍କୁ ଦିନିିକିଆ ଦଳର ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୨୦୧୫ରେ ଆସଗରଙ୍କୁ ଆଫଗାନିସ୍ତାନ କ୍ରିକେଟ୍‌ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା।

Comments are closed.