ଛୋଟ ଗଳ୍ପ, ଶିକ୍ଷଣୀୟ କଥା : କୌଣସି କଥାକୁ ନେଇ ନିରାଶ ହୁଅନ୍ତୁ ନାହିଁ

ଏକ ଲୋକ କଥା ଅନୁଯାୟୀ, ଥରେ ଜଣେ ସନ୍ଥଙ୍କ ଘରର କବାଟ ଜଣେ ଗରିବ ବ୍ୟକ୍ତି ବାଡେଇଲେ। ସନ୍ଥ ଜଣକ କବାଟ ଖୋଲିବା ମାତ୍ରେ ଗରିବ ବ୍ୟକ୍ତିଙ୍କୁ ଦେଖି ତାଙ୍କୁ କିଛି ଦାନ କରିବାକୁ ଇଚ୍ଛା କଲେ। ସେଥିପାଇଁ ସେ ଘର ଭିତରକୁ ଯାଇ ଦାନ ଉପଯୁକ୍ତ କିଛି ଦ୍ରବ୍ୟ ଖୋଜିଲେ। ସେତେବେଳେ ସନ୍ଥଙ୍କ ରୋଷେଇ ଘରେ ଏକ ବାସନ ଥିଲା। ​‌ସେ ତାକୁ ନେଇ ସେହି ଗରିବ ବ୍ୟକ୍ତିଙ୍କୁ ଦାନ କରିଦେଲେ।

ବାସନକୁ ନେଇ ଗରିବ ବ୍ୟକ୍ତି ଜଣକ ପଳାଇଲେ। ସନ୍ଥ ଦେଇଥିବା ବାସନଟି ଚାନ୍ଦିର ଥିଲା। ଏ କଥା ସନ୍ଥଙ୍କ ପତ୍ନୀ ଜାଣିବା ପରେ ସେ ଚିଲାଇ ଥିଲେ। ଏହାପରେ ସନ୍ଥ ଜଣକ ଦୌଡି ସେହି ଗରିବ ବ୍ୟକ୍ତିଙ୍କ ପାଖକୁ ଗଲେ। ତାଙ୍କୁ କହିଲେ ଯେ, ଭାଇ ଏହା ଚାନ୍ଦିର ଅଟେ। ତାହାକୁ କମ ଦାମରେ ବିକ୍ରି କରିବ ନାହିଁ।

ଏହା କହି ସନ୍ଥ ଜଣକ ଖାଲି ହାତରେ ଘରକୁ ଫେରି ଖୁବ ପ୍ରସନ୍ନ ଜଣା ପଡୁଥିଲେ। ଏହା ଦେଖି ତାଙ୍କୁ ପତ୍ନୀ ପଚାରି ଥିଲେ ଯେ, ତୁମେ ତ ବାସନ ଆଣିଲ ନାହିଁ, ତଥାପି ପ୍ରସନ୍ନ କେମିତି ଅଛ?

ସନ୍ଥ ଏହାର ଉତ୍ତର ଦେଇ କହିଥିଲେ ଯେ, ବଡରୁ ଅତି ବଡ କ୍ଷତି ପାଇଁ କେବେ ବି ଦୁଃଖୀ ଓ ନିରାଶ ହେବା ଉଚିତ ନୁହେଁ। ମୁଁ ଏଥିପାଇଁ ଅଭ୍ୟାସ ମଧ୍ୟ କରୁଛି। ମୁଁ ଅଜାଣତରେ ଗରିବ ବ୍ୟକ୍ତଙ୍କୁ ଚାନ୍ଦିର ବାସନ ଦେଇ ଦେଲି। କିନ୍ତୁ ଦାନ ଦିଆଯାଇଥିବା ଦ୍ରବ୍ୟକୁ ଫେରାଇ ଆଣିବା ଉଚିତ ନୁହେଁ। ଏଥିରେ କ୍ଷତି ହେଲା, କିନ୍ତୁ ମୁଁ ଦୁଃଖିତ ନୁହେଁ। ପ୍ରତ୍ୟେକ ସ୍ଥିତିରେ ଆମକୁ ଖୁସି ରହିବା ଉଚିତ।

ଶିକ୍ଷଣୀୟ କଥା :

ଏହି ଛୋଟ ଗଳ୍ପ ମାଧ୍ୟମ​‌ରେ ଏହା ଶିକ୍ଷା ଦିଆଯାଇଛି ଯେ, ବ୍ୟକ୍ତିଙ୍କୁ ଲାଭ ହେଉ କି କ୍ଷତି ପ୍ରତ୍ୟେକ ସ୍ଥିତିରେ ପ୍ରସନ୍ନ ରହିବା ଉଚିତ। କେବେ ବି କୌଣସି କଥାକୁ ନେଇ ନିରାଶ ହେବା ଉଚିତ ନୁହେଁ।

 

Comments are closed.