www.samajalive.in
Monday, December 8, 2025
27.1 C
Bhubaneswar

ଏପ୍ରିଲ୍ ୭ରେ ପୁଣି ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର: : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏପ୍ରିଲ ୭ ତାରିଖରେ ପୁଣି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ସେହିଦିନ ସେ ବରଗଡ଼ ଓ ଗଞ୍ଜାମ ଜିଲାର ପୋଲସରାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଗୁରୁବାର ଏହି ସୂଚନା ଦେଇଛନ୍ତି ଦଳର ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି। ଏହା ପୂର୍ବରୁ ଏପ୍ରିଲ୍ ୧ ତାରିଖରେ ମଧ୍ୟ ଶାହା ଓଡ଼ିଶା ଗସ୍ତରେ ଆସି ପାରଳାଖେମୁଣ୍ଡିରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇତିମଧ୍ୟରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ସେ କୋରାପୁଟ ଜିଲାର ଜୟପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ବେଳେ ଏପ୍ରିଲ୍ ୨ ତାରିଖରେ କଳାହାଣ୍ଡିର ଭବାନୀପାଟଣା ଆସିଥିଲେ। ତେବେ ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୬ ତାରିଖରେ ପୁଣି ସୁନ୍ଦରଗଡ଼ ଆସିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପୂର୍ବରୁ ସୂଚନା ଦେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories