www.samajalive.in
Monday, December 8, 2025
20.1 C
Bhubaneswar

ଯୁବକ-ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ଜୟପାଟଣା ଥାନା ଅନ୍ତର୍ଗତ ବତାସିଗୁଡ଼ା ଗ୍ରାମରେ ଯୁବକ-ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ବୁଧବାର ଗ୍ରାମର ଏକ ବଗିଚାର ଆମ୍ବ ଗଛରେ ଯୁବକ ଓ ଯୁବତୀଙ୍କ ମୃତ ଦେହ ଗୋଟିଏ ସାଢ଼ୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଜୟପାଟଣା ପୁଲିସକୁ ଖବର ଦେବା ପରେ ପୁଲିସ ମୃତଦେହ ଜବତ କରି ଜୟପାଟଣା ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ଅଣିଛି।
ପ୍ରକାଶ ଯେ ଅଁଳାଭଟା ପଞ୍ଚାୟତ ଅନ୍ତର୍ଗତ ପୋଡ଼ାଖୋଲ ମାତାଗଡ଼ ଗ୍ରାମର ମାଧବୀ ପୁଝାରୀ (୧୬) ମଙ୍ଗଳବାର ରାତିରେ ଘରୁ କୁଆଡ଼େ ଚାଳିଯାଇଥିଲା। ବୁଧବାର ସକାଳେ ବଡ଼ପୁଝାରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବତାସିଗୁଡ଼ା ଗ୍ରାମର ଗଙ୍ଗାପାତ୍ରଙ୍କ ଆମ୍ବ ବଗିଚାର ଏକ ଆମ୍ବ ଗଛରେ ଯୁବକ-ଯୁବତୀ ଗୋଟିଏ ସାଢ଼ୀରେ ଝୁଲୁଥିବା ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ। ଜୟପାଟଣା ଥାନାଧିକାରୀ ସୁଶାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଜୟପାଟଣା ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ଅଣିଛନ୍ତି।
ମୃତ ଯୁବକର ପରିଚୟ ମିଳୁନଥିବା ବେଳେ ଯୁବତୀ ଜଣକ ପୋଡ଼ାଖୋଲ ମାତାଗଡ଼ ଗ୍ରାମର ମାଧବୀ ପୁଝାରୀ ବୋଲି ଚିହ୍ନଟ ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ତେବେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଦୁହିଁଙ୍କୁ ମାରି ଦିଆଯାଇ ଗଛରେ ଝୁଲାଇ ଦିଆଯାଇଥିବା କୁହାଯାଉଛି। ଏ ସମ୍ପର୍କରେ ଜୟପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories