ଝଡ ବର୍ଷାରେ କ୍ଷୟକ୍ଷତି ପରେ ନେପାଳକୁ ଭାରତ ବଢାଇଲା ସହାୟତାର ହାତ
କାଠମାଣ୍ଡୁ ..- ନେପାଳରେ ପ୍ରବଳ ଝଡବାତ୍ୟା ହେବାଯୋଗୁଁ ୨୯ଜଣଙ୍କର ମୃତ୍ୟୁ ହୋଇଛି, ୬୦୦ ଜଣ ଆହତ ହୋଇଛନ୍ତି । ଏଥିରେ ଅନେକ ଘର ନଷ୍ଟ ହୋଇଛି । ନେପାଳର କେତକସ୍ଥାନରେ ଲୋକମାନେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି । କେବଳ ସେତିକି ନୁହେଁ ଅନେକ ଲୋକ ଆହତ ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି ।
ଏବେ ନେପାଳକୁ ଭାରତ ସହାୟତାର ହାତ ବଢାଇଛି । ମୃତକମାନଙ୍କର ନିକଟ ସମ୍ପର୍କୀୟଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବ ବୋଲି ଭାରତ ପ୍ରକାଶ କରିଛି । ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଭୀଶ କୁମାର ଏହି ସୂଚନା ଦେଇଛନ୍ତି ।
Comments are closed.