www.samajalive.in
Monday, December 8, 2025
27.1 C
Bhubaneswar

ସିଲିଗୁଡ଼ିରେ ମୋଦୀ; କହିଲେ ପଶ୍ଚିମବଙ୍ଗର ବିକାଶରେ ମମତା ‘ସ୍ପିଡ୍‌-ବ୍ରେକର’

ସିଲିଗୁଡ଼ି: ଏନଡିଏ ସରକାର ଦେଶର ଗରିବଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟବାସୀଙ୍କୁ ଏହାର ଫାଇଦାରୁ ବଞ୍ଚିତ କରିଛନ୍ତି। ଫଳରେ ରାଜ୍ୟର ୭୦ ଲକ୍ଷ ଗରିବ ପରିବାର ଆୟୁଷ୍ମାନ ଯୋଜନାର ସୁଫଳ ପାଇପାରୁ ନାହାନ୍ତି। ମମତା ପଶ୍ଚିମବଙ୍ଗର ବିକାଶରେ ଜଣେ ‘ସ୍ପିଡ୍‌ ବ୍ରେକର’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ପଶ୍ଚିମବଙ୍ଗର ସିଲିଗୁଡ଼ିକରେ ଆୟୋଜିତ ବିଜେପିର ନିର୍ବାଚନୀ ପ୍ରଚାର ସଭାରେ ମୋଦୀ ଯୋଗଦେଇ ମମତାଙ୍କ ଉପରେ ବର୍ଷିଛନ୍ତି। ବିକାଶରେ ବାଧକ ସାଜିଥିବା ମମତାଙ୍କୁ ରାଜ୍ୟବାସୀ ହଟାଇବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଛି। ଏହା ପରେ ହିଁ ଏଠାରେ ଦ୍ରୁତ ବିକାଶ ହୋଇପାରିବ।

ମୋଦୀ ଆହୁରି କହିଥିଲେ, ମମତା ଗରିବଙ୍କ ପାଇଁ ଚିନ୍ତିତ ନୁହନ୍ତି। ସେ ଗରିବଙ୍କୁ ନେଇ ରାଜନୀତି କରୁଛନ୍ତି। ଦାରିଦ୍ର୍ୟ ଦୂରୀକରଣ ହୋଇଗଲେ ସେ ରାଜନୀତି କିପରି କରିବେ। ରାଜ୍ୟରେ ଗରିବ ନ ରହିଲେ ମମତାଙ୍କ ରାଜନୀତି ଶେଷ ହୋଇଯିବ। ମମତାଙ୍କ ମନ୍ତ୍ରୀମାନେ ଗରିବଙ୍କୁ ଲୁଟୁଛନ୍ତି। ରାଜ୍ୟରେ ହୋଇଥିବା ଚିଟ୍‌ଫଣ୍ଡ ଦୁର୍ନୀତିରେ ମନ୍ତ୍ରୀ ଏବଂ ବିଧାୟକମାନେ ଗରିବଙ୍କ ଟଙ୍କା ଲୁଟ କରିଛନ୍ତି। ଭାରତୀୟ ବାୟୁସେନା ବାଲାକୋଟରେ ଆକ୍ରମଣ କରି ଫେରିବା ପରେ ଇସଲାମାବାଦ ଏବଂ ରାୱଲପିଣ୍ଡି ଆଖିରୁ ଲୁହ ଗଡ଼ାଇବା କଥା। କିନ୍ତୁ ଦିଦିଙ୍କୁ ଏଠାରେ କଷ୍ଟ ହେଉଥିଲା। ସେ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିଲେ। ତେଣୁ ରାଜ୍ୟର ବିକାଶ ଲାଗି ଏଠାରେ ବିଜେପି ସରକାର ଗଠନ ପାଇଁ ବିଜେପି ପ୍ରାର୍ଥୀମାନଙ୍କୁ​‌ ଭୋଟ ଦେବାକୁ ମୋଦୀ ନିବେଦନ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories