www.samajalive.in
Monday, December 8, 2025
27.1 C
Bhubaneswar

ପାକିସ୍ତାନରେ ପଶି ଆତଙ୍କୀଙ୍କୁ ମାରୁଥିବା ସରକାର ଦରକାର ନା ଘରେ ମୁହଁ ପୋତି ବସୁଥିବା ସରକାର ଦରକାର: ମୋଦୀ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି କୋରାପୁଟ ଜିଲାର ଜୟପୁରଠାରେ ଆୟୋଜିତ ଦଳୀୟ ସଭାରେ ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ମୋଦୀ କହିଥିଲେ, ଭାରତୀୟ ବାୟୁସେନା ପାକିସ୍ତାନ ମାଟିରେ ପଶି ବାଲାକୋଟରେ ଆକ୍ରମଣ କଲା। ଆତଙ୍କବାଦୀଙ୍କୁ ମାରିଲା। ଯେତେବେଳେ ଭାରତ ପାକିସ୍ତାନରେ ପଶି ଆତଙ୍କୀଙ୍କୁ ମାରୁଛି, ସେତେବେଳେ ବିରୋଧୀମାନେ ପ୍ରମାଣ ଖୋଜୁଛନ୍ତି। ଏକ ମାସ ହେଲା ପାକିସ୍ତାନ ଆତଙ୍କବାଦୀଙ୍କ ଶବ ଗଣୁଛି, କିନ୍ତୁ ଏମାନେ ପ୍ରମାଣ ମାଗୁଛନ୍ତି। ଭାରତୀୟ ସେନା ଉପରେ ଦେଶବାଦୀଙ୍କର, ଆପଣମାନଙ୍କର ବିଶ୍ଵାସ ଅଛି, କିନ୍ତୁ ବିରୋଧୀମାନଙ୍କର ନାହିଁ। ଏବେ ଆପଣମାନେ କୁହନ୍ତୁ, ଆପଣଙ୍କୁ ପାକିସ୍ତାନରେ ପଶି ଆତଙ୍କୀଙ୍କୁ ମାରୁଥିବା ସରକାର ଦରକାର ନାଁ ଘରେ ମୁହଁ ପୋତି ବସୁଥିବା ସରକାର ଦରକାର। ଆପଣମାନଙ୍କୁ ନିଷ୍ପତ୍ତି ନେବା ଉଚିତ ଯେ ଏକ ନିର୍ଣ୍ଣୟ ନେଉଥିବା ସରକାର ଦରକାର ନା ନାରାବାଜି କରୁଥିବା ସରକାର ଦରକାର। ଭାରତ ଏବଂ ଓଡ଼ିଶାକୁ ମଜଭୁତ କରୁଥିବା ସରକାର ଆବଶ୍ୟକ ନା ଏକ ଦୁର୍ବଳ ସରକାର ଆବଶ୍ୟକ। ଏପ୍ରିଲ ୧୧ ତାରିଖରେ ଯେତେବେଳେ ଆପଣ ପୋଲିଂ ବୁଥକୁ ଭୋଟ ଦେବାକୁ ଯିବେ, ସେତେବେଳେ ଚିନ୍ତା କରି ନିଷ୍ପତ୍ତି ନେବେ।

ମୋଦୀ ଆହୁରି କହିଥିଲେ ଯେ, ଦୁଇ ଦିନ ପୂର୍ବରୁ ଓଡ଼ିଶା ଏକ ନୂଆ ଇତିହାସର ପ୍ରମାଣ ସାଜିଲା। ଓଡ଼ିଶା ସାରା ଦୁନିଆକୁ ଭାରତର ସାମର୍ଥ୍ୟର ପରିଚୟ ଦେଲା, ଯେଉଁଥିପାଇଁ ଭାରତ ଅନ୍ତରୀକ୍ଷରେ ବି ଚୌକିଦାରି କରିବାରେ ସମର୍ଥ ହୋଇଛି। ଏହାକୁ ନେଇ ଆଜି ପୂରା ଦେଶ ଗର୍ବ କରୁଛି। କିନ୍ତୁ ଯେଉଁମାନେ ଭାରତର ଏହି ଉପଲବ୍ଧିକୁ ଛୋଟ ନଜରରେ ଦେଖିଆସୁଛନ୍ତି ସେମାନଙ୍କ କଥା ଏବଂ କାର୍ଯ୍ୟକୁ ସାରା ଦେଶ ଦେଖୁଛି।

- Advertisement -

୬୦ ଦଶକରୁ ଗରିବଙ୍କ ସାଥୀରେ ବିଶ୍ଵାସଘାତ କରିଆସୁଥିବା ଲୋକ ଏବେ ଦେଶର ବୈଜ୍ଞାନିକ, ସେନା ଏବଂ ଯୁବଗୋଷ୍ଠୀଙ୍କ ସାମର୍ଥ୍ୟକୁ ଅପମାନିତ କରୁଛି। ଏଭଳି ସରକାର ଆପଣମାନଙ୍କୁ ମଞ୍ଜୁର ଅଛି କି ? ସେମାନଙ୍କୁ ଦଣ୍ଡ ମିଳିବା ଉଚିତ କି ନାହିଁ ବୋଲି ମୋଦୀ ପ୍ରଶ୍ନ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories