www.samajalive.in
Monday, December 8, 2025
20.1 C
Bhubaneswar

ଟିଭି ଦେଖିବା ସମୟରେ ସ୍ନାକ୍ସ ସେବନ; ହୋଇପାରେ ସାଂଘାତିକ ରୋଗର କାରଣ

ଯଦି ଆପଣ ଟିଭି ଦେଖିବା ସମୟରେ ବିଛଣାରେ ଶୋଇ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି ତେବେ ଏହି ଅଭ୍ୟାସକୁ ତୁରନ୍ତ ବଦଳାଇ ଦିଅନ୍ତୁ । ଏହି ଅଭ୍ୟାସ ଯୋଗୁଁ ଆପଣ ଶୀଘ୍ର ରୋଗାଗ୍ରସ୍ତ ହୋଇପାରନ୍ତି । ବିଶେଷ କରି କିଶୋରାବସ୍ଥାରେ ଟିଭି ଦେଖିବା ସମୟରେ ଅଧିକ ମାତ୍ରାରେ ସ୍ନାକ୍ସ ସେବନ କରିବା ଦ୍ବାରା ହୃଦୟ ଏବଂ ମଧୁମେହ ଜନିତ ରୋଗ ହେବାର ଆଶଙ୍କା ରହିଛି । ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ।

୧୨ରୁ ୧୭ ବର୍ଷର କିଶୋରଙ୍କୁ ନେଇ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଟିଭି ଦେଖିବା ସମୟରେ ସ୍ନାକ୍ସ ସେବନ କରୁଥିବା କାରଣରୁ ଉଚ୍ଚ ରକ୍ତଚାପ, ରକ୍ତରେ ମାତ୍ରାଧିକ ଶର୍କରା, ଶରୀରରେ ଚର୍ବି ବୃଦ୍ଧି, ମେଦବହୁଳତା ଏବଂ କୋଲେଷ୍ଟ୍ରଲ ବୃଦ୍ଧି ହେବାର ଆଶଙ୍କା ରହିଥାଏ ।

- Advertisement -

ମେଟାବୋଲିକ୍ ସିଡ୍ରୋମ୍ : ମେଟାବୋଲିକ୍ ସିଡ୍ରୋମ୍ କୌଣସି ଏକ ରୋଗ ନୁହେଁ । କେତେକ ରୋଗ ହେବା କାରଣରୁ ମେଟାବୋଲିକ୍ ସିଡ୍ରୋମ୍ ହୋଇଥାଏ । ଉଚ୍ଚ ରକ୍ତଚାପ, ରକ୍ତରେ ମାତ୍ରାଧିକ ଶର୍କରା, ଶରୀରରେ ଚର୍ବି ବୃଦ୍ଧି, ମେଦବହୁଳତା ଏବଂ କୋଲେଷ୍ଟ୍ରଲ ବୃଦ୍ଧି ଆଦି ରୋଗ ମେଟାବୋଲିକ୍ ସିଡ୍ରୋମ୍ କାରଣ ହୋଇଥାଏ ।

ବ୍ୟାଡ୍ କୋଲେଷ୍ଟ୍ରଲ : ଯଦି ରକ୍ତ​‌ରେ ବ୍ୟାଡ୍ କୋଲେଷ୍ଟ୍ରଲ ମାତ୍ରା ୧୫୦ ମିଗ୍ରା ରହିଥାଏ, ତେବେ ମେଟାବୋଲିକ୍ ସିଡ୍ରୋମ୍ ହେବାର ଆଶଙ୍କା ଅଧିକ ରହିଥାଏ ।

ଉଚ୍ଚ ରକ୍ତଚାପ : ଉଚ୍ଚ ରକ୍ତଚାପ କାରଣରୁ ମେଟାବୋଲିକ୍ ସିଡ୍ରୋମ୍ ହେବାର ଆଶଙ୍କା ଅଧିକ ରହିଥାଏ । ସାଧାରଣ ବ୍ୟକ୍ତିର ରକ୍ତଚାପ ୧୨୦/୮୦ ରହିବା ଆବଶ୍ୟକ । ଏହାଠାରୁ ଅଧିକ ହେଲେ ମେଟାବୋଲିକ୍ ସିଡ୍ରୋମ୍ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ ।

ରକ୍ତରେ ଶର୍କରା ମାତ୍ରା : ଖାଦ୍ୟ ଖାଇବା ପୂର୍ବରୁ ଯଦି ଆପଣଙ୍କ ରକ୍ତରେ ଶର୍କରା ମାତ୍ରା ୧୦୦ରୁ ଅଧିକ ଥାଏ, ତେବେ ଆପଣ ସଚେତନ ରହିବା ଆବଶ୍ୟକ ।

ମୋଟାପଣ : ବିଶେଷ କରି ପେଟ ଓ ଆଖପାଖରେ ବୃଦ୍ଧି ପାଉଥିବା ଅତିରିକ୍ତ ଚର୍ବି ମେଟାବୋଲିକ୍ ସିଡ୍ରୋମର ସମ୍ଭାବ୍ୟ କାରଣ ହୋଇପାରେ ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories