www.samajalive.in
Monday, December 8, 2025
27.1 C
Bhubaneswar

ନବୀନଙ୍କ ଝୁଲା ସରକାର ମନ୍ତବ୍ୟକୁ ସମ୍ବିତ ପାତ୍ରଙ୍କ ସମାଲୋଚନା

ଭୁବନେଶ୍ୱର : କେନ୍ଦ୍ରରେ ଏକ ମଜବୁତ ସରକାରର ଆବଶ୍ୟକତା ରହିଛି। ମୋଦୀଙ୍କ ଦୃଢ ନେତୃତ୍ୱ ଯୋଗୁଁ ପାକିସ୍ତାନ ଉପରେ ଆକ୍ରମଣ ହୋଇପାରିଛି। ଏଭଳି ଶାଣିତ ଢଙ୍ଗରେ ନିଜର ମନ୍ତବ୍ୟ ରଖିଛନ୍ତି ବିଜେପି ମୁଖପାତ୍ର ତଥା ପୁରୀ ଲୋକସଭା ପାର୍ଥୀ ସମ୍ବିତ ପାତ୍ର କହିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରରେ ଝୁଲା ସରକାର ଗଠନ ହେବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ବିକାଶକୁ ମୁଖ୍ୟ ଅସ୍ତ୍ର କରି ଲୋକଙ୍କ ନିକଟରେ ପହଞ୍ଚିବି ବୋଲି ସମ୍ବିତ କହିଛନ୍ତି। ସେ ଆହୁରି କହିଛନ୍ତି ପୁରୀ ଏକ ମହତ୍ୱପୁର୍ଣ୍ଣ ସହର। କିନ୍ତୁ ଦୁର୍ଭାଗ୍ୟର ବିଷୟ ଦେଶର ଅନ୍ୟ ଐତିହ୍ୟ ସ୍ଥାନର ଚର୍ଚ୍ଚା ଭଳି ପୁରୀ ଚର୍ଚ୍ଚା କରାଯାଉନାହିଁ।
ଦେଶର ଉନ୍ନତି ପାଇଁ କେନ୍ଦ୍ରରେ ଏକ ମଜବୁତ ସରକାର ଦରକାର। ଏକ ଅସ୍ଥିର ସରକାର କେବେ ବି ଭାରତକୁ ଆଗକୁ ବଢାଇପାରିବ ନାହିଁ। ଓଡ଼ିଶାବାସୀ ଏ ସମ୍ପର୍କରେ ଭଲ ଭାବରେ ଜାଣିଛନ୍ତି। ତେଣୁ ମୋଦୀଙ୍କ ହାତକୁ ଟାଣ କରବା ପାଇଁ ସମସ୍ତ ଓଡ଼ିଶାବାସୀ ମୋଦୀଙ୍କ ପଛରେ ଛିଡାହେବେ ଓ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ସମ୍ବିତ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories