www.samajalive.in
Monday, December 8, 2025
27.1 C
Bhubaneswar

ବିଜେପିକୁ ବଡ଼ ଝଟକା, ଅରୁଣାଚଳରେ ଦଳ ଛାଡ଼ିଲେ ୨ ମନ୍ତ୍ରୀ, ୧୨ ବିଧାୟକ

ଇଟାନଗର : ନିର୍ବାଚନର ଠିକ ପୂର୍ବରୁ ବିଜେପିକୁ ଅରୁଣାଚଳପ୍ରଦେଶରେ ବଡ଼ ଝଟକା ଲାଗିଛି। ଅରୁଣାଚଳପ୍ରଦେଶରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଜେପିର ୨ ଜଣ ମନ୍ତ୍ରୀ ଏବଂ ୧୨ ଜଣ ବିଧାୟକ ଦଳ ତ୍ୟାଗ କରି ମେଘାଳୟ ମୁଖ୍ୟମନ୍ତ୍ରୀ କେ.ଏମ୍‍ ସାଂଗମାଙ୍କ ଦ୍ୱାରା ଗଠିତ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍‍ପିପି)ରେ ଯୋଗ ଦେଇଛନ୍ତି।
ସୂଚନା ଅନୁସାରେ ରାଜ୍ୟ ଗୃହ ମନ୍ତ୍ରୀ କୁମାର ୱାଇ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜାରକାର ଗାମଲିନ ଏବଂ ଅନ୍ୟ ବିଧାୟକଙ୍କୁ ବିଜେପି ଟକେଟ୍‍ ଦେବାକୁ ମନା କରିଦେଇଥିଲା। ଏହାପରେ ମନ୍ତ୍ରୀ ଓ ବିଧାୟକମାନେ ବିଦ୍ରୋହକୁ ଓହ୍ଲାଇଥିଲେ। ୱାଇ ଅଭିଯୋଗ କରିଥିଲେ ଯେ ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଉଛି। ଲୋକଙ୍କ ମନରେ ବିଜେପି ପାଇଁ ଆଉ ସମ୍ମାନ ନାହିଁ ଓ ବିଜେପି ତାର ପ୍ରତିଷ୍ଠା ହରାଇ ସାରିଲାଣି। କେବଳ ନିର୍ବାଚନ ଲଢିବେ ନାହିଁ ବରଂ ଅରୁଣାଚଳରେ ସେ ଏନ୍‍ପିପି ସରକାର ଗଠନ କରି ଦେଖାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ପିପୁଲ୍ସ ପାର୍ଟି ଅଫ ଅରୁଣାଚଳ (ପିପିଏ)ର ଜଣେ ବିଧାୟକ ଏବଂ ବିଜେପିର ଅନ୍ୟ ୧୯ ନେତା ଏନ୍‍ପିପିରେ ସାମିଲ ହୋଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories