www.samajalive.in
Monday, December 8, 2025
27.1 C
Bhubaneswar

ପୁଲୱମା ଶହୀଦଙ୍କୁ ନା ଭୁଲିଛୁ ନା ଭୁଲିବୁ – ଦୋଭାଲ

ଗୁରୁଗ୍ରାମ: ଆତଙ୍କବାଦୀ ଆକ୍ରମଣରେ ପୁଲୱମାରେ ସହୀଦ ହୋଇଥିବା ସିଆରପିଏଫ ଯବାନମାନଙ୍କ ବଳିଦାନ ଦେଶ କେବେ ଭୁଲିନାହିଁ କି ଭୁଲିବନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ କହିଛନ୍ତି। ସିଆରପିଏଫର ୮୦ତମ ସ୍ଥାପନା ଦିବସ ଅବସରରେ ଆୟୋଜିତ ସମାରୋହରେ ପୁଲୱମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଦୋଭାଲ କହିଛନ୍ତି ଯେ, କେବେ, କେଉଁଠି ଓ କିଭଳି ଆକ୍ରମଣ ହେବ ସେ ନେଇ ଶୀର୍ଷ ଦାୟିତ୍ୱରେ ଥିବା ଅଧିକାରୀ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି, ଆତଙ୍କବାଦ ବିରୋଧରେ ଲଢେଇ କରିବା ହେଉ କି ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶର ବିରୋଧ କରିବା, ସବୁ ପ୍ରକାର ପଦକ୍ଷେପ ପାଇଁ ଭାରତ ପ୍ରସ୍ତୁତ ଅଛି। କୌଣସି ଦେଶ ପାଇଁ ତାର ଆଭ୍ୟନ୍ତରୀଣ ସୁରକ୍ଷା ଗୁରୁତ୍ୱପୂର୍ଣ ଏବଂ ସିଆରପିଏଫ ଦେଶ ସୁରକ୍ଷା ପାଇଁ ସର୍ବଦା କର୍ତ୍ତବ୍ୟରତ ଥିବା ଦୋଭାଲ କହିଛନ୍ତି। ସେ କହିଛନ୍ତି ଯେ, ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଯେଉଁ ୩୭ଟି ଦେଶ ସତ୍ତା ହରାଇଥିଲେ, ସେଗୁଡିକ ମଧରେ ୨୮ଟି ଦେଶ ଆଭ୍ୟନ୍ତରୀଣ ସୁରକ୍ଷା ବିପନ୍ନ ଯୋଗୁ ସତ୍ତା ହରାଇଥିଲେ। ଦେଶ ବିଭାଜନ ସମୟରେ ସିଆରପିଏଫର ଭୂମିକାକୁ ପ୍ରଶଂସା କରି ଦୋଭାଲ କହିଛନ୍ତି ଯେ ସେ ସମୟରେ ସିଆରପିଏଫର ଭୂମିକା ଉପରେ ପୁସ୍ତକ ମଧ୍ୟ ଲେଖାଯାଇ ପାରିବ। ଦୁଇଟି ବାଟାଲିଅନରୁ ଆରମ୍ଭ ହୋଇ ଏବେ ୨୪୨ଟି ବାଟାଲିୟନରେ ପହଞ୍ଚିଥିବା ସିଆରପିଏଫ ଦେଶରେ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ କାର୍ଯ୍ୟ କରୁଛି।।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories