www.samajalive.in
Monday, December 8, 2025
20.1 C
Bhubaneswar

‘ଚୌକିଦାର’ ହେଲେ ମୋଦୀ, ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୌକିଦାର ଚୋର ହୈ’ ବୋଲି କହିଆସୁଥିଲେ। କିନ୍ତୁ ବିଜେପି ଏବଂ ମୋଦୀ ଏବେ ସେହି ‘ଚୌକିଦାର’ ଶବ୍ଦକୁ ନେଇ ନୂଆ ରଣକୌଶଳ ଆରମ୍ଭ କରିଛନ୍ତି। ଦିନକ ତଳେ ମୋଦୀ ‘ମେଁ ଚୌକିଦାର ହୁଁ’ ଅଭିଯାନ ଆରମ୍ଭ କରିଥିଲାବେଳେ ଏବେ ନିଜ ନାମ ପୂର୍ବରୁ ଚୋକିଦାର ବ୍ୟବହାର କରିଛନ୍ତି। ଫଳରେ ତାଙ୍କ ଟ୍ବିଟର ହ୍ୟାଣ୍ଡେଲ ପିଏମ ନରେନ୍ଦ୍ର ମୋଦୀକୁ ପରିବର୍ତ୍ତନ କରି ‘ଚୌକିଦାର ନରେନ୍ଦ୍ର ମୋଦୀ’ ଉଲ୍ଲେଖ କରିଛନ୍ତି।

ମୋଦୀଙ୍କ ପରେ ବିଜେପିର ଅନ୍ୟ​‌ ବରିଷ୍ଠ ନେତାମାନେ ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ଡେଲ ପରିବର୍ତ୍ତନ କରି ନାଁ ପୂର୍ବରୁ ଚୌକିଦାର ଶବ୍ଦ ଯୋଡ଼ିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଜ ନାମ ପୂର୍ବରୁ ଚୌକିଦାର ଯୋଡ଼ି ‘ଚୌକିଦାର ଅମିତ ଶାହ’ ଉଲ୍ଲେଖ କରିଛନ୍ତି। ସେହିପରି ବରିଷ୍ଠ ବିଜେପି ନେତା ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା, ଏବଂ ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ଡେଲକୁ ପରିବର୍ତ୍ତନ କରିଛନ୍ତି। ଫଳରେ ୨୦୧୯ ନିର୍ବାଚନରେ ‘ଚୌକିଦାର’ ବିଜେପି ପାଇଁ ମୁଖ୍ୟ ଶବ୍ଦ ଭାବେ ଉଭା ହୋଇଛି।

- Advertisement -

ସୂଚନା ମୁତାବକ, ୨୦୧୪ ନିର୍ବାଚନଠାରୁ ବିଜେପି ‘ଚୌକିଦାର’ ଶବ୍ଦକୁ ବ୍ୟବହାର କରିଆସୁଛି। ମୋଦୀ ନିଜକୁ ପ୍ରଧାନମନ୍ତ୍ରୀ ବଦଳରେ ଦେଶର ପ୍ରଧାନ ଚୌକିଦାର ବୋଲି କହିଥିଲେ। ଏହାପରେ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଚୌକିଦାର ଚୋର ହୈ’ ସ୍ଳୋଗାନ ଦେଇଆସୁଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories