www.samajalive.in
Monday, December 8, 2025
27.1 C
Bhubaneswar

‘ପିଏମ୍‍ ନରେନ୍ଦ୍ର ମୋଦୀ’ ପୂର୍ବରୁ ନିର୍ବାଚନ ଋତୁରେ ମୁକ୍ତିଲାଭ କରିବ ‘ରାମ କି ଜନ୍ମଭୂମି’

ମୁମ୍ବଇ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଅର୍ଥାତ୍‍ ୧୨ ଏପ୍ରିଲରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‍ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ମୁକ୍ତିଲାଭ କରିବ ବୋଲି ନିକଟରେ ଘୋଷଣା କରାଯାଇଛି। ତେବେ ଏହା ପୂର୍ବରୁ ଆଉ ଏକ ରାଜନୀତି ଭିତ୍ତିକ ଚଳଚ୍ଚିତ୍ର ଚଳିତ ମାସ ଶେଷ ସୁଦ୍ଧା ପରଦାକୁ ଆସିବ। ରାମଙ୍କ ଜନ୍ମଭୂମି-ବାବରୀ ମସଜିଦ୍‍ ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ରାମ କି ଜନ୍ମଭୂମି’ ୨୯ ମାର୍ଚ୍ଚରେ ମୁକ୍ତିଲାଭ କରିବ। ଉତ୍ତର ପ୍ରଦେଶ ଶିୟା ୱାକଫ ବୋର୍ଡ଼ର ଅଧ୍ୟକ୍ଷ ୱସୀମ୍‍ ରିଜ୍‍ଭିଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନିର୍ବାଚନ ଋତୁରେ ମୁକ୍ତିଲାଭ ହେବାକୁ ଥିବା ଏହି ଚଳଚ୍ଚିତ୍ର ସେନ୍ସର ବୋର୍ଡ଼ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇସାରିଛି।

ଏହି ଚଳଚ୍ଚିତ୍ର ରାମ ମନ୍ଦିର ଆନ୍ଦୋଳନ ଏବଂ ଏହା ସହ ଜଡ଼ିତ ଘଟଣା ଉପରେ ଆଧାରିତ। ଏହାବ୍ୟତୀତ ତିନି ତଲାକ ଓ ହଲାଲା ଭଳି ପ୍ରସଙ୍ଗକୁ ମଧ୍ୟ ଏହି ଚଳଚ୍ଚିତ୍ରରେ ସାମିଲ କରାଯାଇଛି। ସନୋଜ ମିଶ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ମନୋଜ ଜୋଶୀ, ଗୋବିନ୍ଦ ନାମଦେବ, ନାଜନୀଜ ପାଟନୀ ଓ ରାଜବୀର ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories