www.samajalive.in
Monday, December 8, 2025
27.1 C
Bhubaneswar

ଧୋନୀଙ୍କ ଉପରେ ନିର୍ମାଣ ହେବ ୱେବସିରିଜ୍ ‘ରୋର୍ ଅଫ୍ ଦ ଲାୟନ୍’

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୁଲ ଭାବେ ସୁପରିଚିତ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ଏକ ୱେବସିରିଜ୍ ‘ରୋର୍ ଅଫ୍ ଦ ଲାୟନ୍’ ନିର୍ମାଣ ହେବାକୁ ଯାଉଛି। କବିର ଖାନଙ୍କ ନିର୍ଦେଶନାରେ ଏହି ୱେବ ସିରିଜ ନିର୍ମାଣ ହେବ। ଏଥିରେ ୨୦୧୩ ଆଇପିଏଲରେ ଫିକ୍ସିଂ ଅଭିଯୋଗ, ଏହାକୁ ନେଇ ଚେନ୍ନାଇ ସୁପରକିଙ୍ଗସ୍ ଉପରେ ୨ ବର୍ଷର ପ୍ରତିବନ୍ଧକ ଏବଂ ୨୦୧୮ରେ ଦଳ ପୁର୍ବଭଳି ଆଇପିଏଲକୁ ଫେରିବା ଘଟଣା ସ୍ଥାନିତ ହୋଇଛି। ‘ରୋର୍ ଅଫ୍ ଦ ଲାୟନ୍’ରେ ସେସମୟର ଖେଳାଳୀମାନଙ୍କ ଅନୁଭୂତି ବିଶେଷକରି ଧୋନୀଙ୍କ ଉପରେ ବିତିଥିବା ଘଟଣାବଳୀକୁ ଦେଖାଯିବ। ଏହାଦ୍ୱାରା ଧୋନୀ ପୁଣି ଦର୍ଶକଙ୍କ ସହ ମନକଥା ସେୟାର କରିପାରିବେ।
୨୦୧୬ରେ ଧୋନୀଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ‘ଏମ୍ଏସ୍ ଧୋନୀ: ଦ ଅନଟୋଲଡ୍ ଷ୍ଟୋରୀ’ ନିର୍ମାଣ ହୋଇଥିଲା । ସେଥିରେ ଧୋନୀଙ୍କ ପିଲାବେଳରୁ ଖେଳ ପ୍ରତି ଥିବା ଦୁର୍ବଳତା ଏବଂ ପରେ ଭାରତୀୟ କ୍ରିକେଟ ଦଳରେ ଯୋଗଦାନ ଓ ବ୍ୟକ୍ତିଗତ ଜୀବନ ଉପରେ ଅନେକ କିଛି ଦେଖାଯାଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories