www.samajalive.in
Monday, December 8, 2025
27.1 C
Bhubaneswar

ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ୱତନ୍ତ୍ର ଉତ୍ସବରେ ସୋମବାର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଉତ୍ସବରେ ମାଲୟାଲମ୍‍ ଅଭିନେତା ମୋହନଲାଲ୍‍, ଦକ୍ଷିଣ ଆଫ୍ରିକୀୟ ରାଜନୀତିଜ୍ଞ ପ୍ରବୀନ୍‍ ଗୋର୍ଦ୍ଧନ୍‍, ପୂର୍ବତନ ସିସ୍‍କୋ ମୁଖ୍ୟ ଝୋନ୍‍ ଚାମ୍ବର୍ସ, ସାଂସଦ ହୁକୁମଦେବ ନାରାୟଣ ଯାଦବ, କରିଆ ମୁଣ୍ଡା ଓ ଶୁଖ୍‍ଦେବ ସିଂହ ଧୀଣ୍ଡସାଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ସାମ୍ବାଦିକ କୁଲ୍‍ଦୀପ୍‍ ନାୟାର୍‍ଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି।

ବରିଷ୍ଠ ରାଜନେତା ତଥା ସାଂସଦ ହୁକୁମଦେବ ନାରାୟଣ ଯାଦବଙ୍କୁ ପଦ୍ମଭୂଷଣ ପୁରସ୍କାର , Photo Credit : PIB

ସେହିପରି ଚେସ୍‍ ଖେଳାଳି ହରିକା ଦ୍ରୋଣାବଳୀ, ଟେବୁଲ୍‍ ଟେନିସ୍‍ ପ୍ରତିଯୋଗୀ ଶରତ କମଲ୍‍, ସମାଜସେବୀ ଭାଗିରତୀ ଦେବୀ ଓ ମୁକ୍ତାବେନ୍‍ ଡାଗିଲ୍‍, ଅଭିନେତା ପ୍ରଭୁଦେବା, ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ୍‍, ପୂର୍ବତନ ପ୍ରଶାସନିକ ସେବା ଅଧିକାରୀ ଏସ୍‍. ଜୟଶଙ୍କର, କୃଷିବୀତ ରାଜକୁମାରୀ ଦେବୀ ଓ ବାବୁଲାଲ୍‍ ଦହିୟା, ପ୍ରତ୍ନତତ୍ତ୍ୱବିତ୍‍ ଦିଲୀପ୍‍ ଚକ୍ରବର୍ତ୍ତୀ ଓ ହେମାଟୋଲଜିଷ୍ଟ ମମେନ୍‍ ଚାଣ୍ଡିଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି।
ସୂଚନାଯୋଗ୍ୟ ଚଳିତ ବର୍ଷ ମୋଟ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପରେ ଚଳିତ ମାସ ଶେଷ ଆଡ଼କୁ ଆଉ ଏକ କାର୍ଯ୍ୟକ୍ରମରେ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅରୁଣ ଜେଟଲୀ ଓ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories