www.samajalive.in
Monday, December 8, 2025
17.1 C
Bhubaneswar

ନିର୍ବାଚନ କମିଶନଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ : ବିଜେପୁର ବିଧାନସଭା ଉପନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚକୁ ଚପଲ ମାଡ଼ ଘଟଣାରେ ଭାରତୀୟ ନିର୍ବାଚନ କମିଶନ ରିପୋର୍ଟ ମାଗିଛନ୍ତି। ଘଟଣାର ସବିଶେଷ ତଥ୍ୟ ତୁରନ୍ତ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଆଜି ବିଜେଡି ସଂସଦୀୟ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ପଦ୍ମପୁର ବ୍ଲକ ବୁଢ଼ାପାଲି ଗ୍ରାମର କାର୍ତ୍ତିକ ମେହେର ବିଜେପି ପ୍ରରୋଚନାରେ ମଞ୍ଚ ଉପରକୁ ଚପଲ ମାଡ଼ କରିଛି ବୋଲି ଅଭିଯୋଗ କରିଥିଲେ।

ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେପି ସୁଚିନ୍ତିତ ଢ଼ଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି। ନିର୍ବାଚନୀ ମଞ୍ଚକୁ ଚପଲମାଡ଼ ଘଟଣା ବିଜେପିର ପ୍ରାୟୋଜିତ କାର୍ୟ୍ୟକ୍ରମ ବୋଲି ବିଜେଡ଼ି ସାଂସଦ ମାନେ କହିଥିଲେ। ପଦ୍ମପୁର ବିଜେପୁର ରାସ୍ତାର ମହୁଲପାଲି ଠାରେ ଜବତ ୪୦ ଲକ୍ଷ ପଚାଶ ହଜାର ଟଙ୍କା ବିଶ୍ୱହିନ୍ଦୁ ପରିଷଦର ସମର୍ଥକଙ୍କ ଗାଡ଼ିରୁ ମିଳିଛି। ଜବତ ଟଙ୍କା ନିର୍ବାଚନ ପ୍ରଚାରରେ ବିଜେପି ଖର୍ଚ୍ଚ କରିଥାନ୍ତା। ଅର୍ଥବଳ ଦ୍ୱାରା ବିଜେପୁର ଉପନିର୍ବାଚନକୁ ବିଜେପି ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛି ବୋଲି ନିର୍ବାଚନ କମିଶନଙ୍କୁ ବିଜେଡ଼ି ସାଂସଦ ମାନେ କହିଛନ୍ତି।

- Advertisement -

ଜନମତକୁ ନିଜ ସପକ୍ଷରେ ନେବା ପାଇଁ ବିଜେପି ଜାଣିଶୁଣି ପୋଲିସକୁ ଟାର୍ଗେଟ କରୁଛି ବୋଲି ବିଜେଡ଼ି ପକ୍ଷରୁ ଦର୍ଶାଯାଇଛି। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେଡି ପକ୍ଷରୁ ଭାରତୀୟ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଥିଲା। ବିଜେଡ଼ି ପ୍ରତିନିଧି ଦଳରେ ସାଂସଦ ପିନାକୀ ମିଶ୍ର, ରବିନ୍ଦ୍ର ଜେନା, ଦିଲ୍ଲୀପ ତିର୍କି, ସରୋଜିନୀ ହେମ୍ବ୍ରମ, ଲଡ଼ୁ କିଶୋର ସ୍ୱାଇଁ ଓ ଝିନ ହିକ୍‌କା ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories