www.samajalive.in
Tuesday, December 9, 2025
17.1 C
Bhubaneswar

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି ପକ୍ଷୀ ଧ୍ରୂବ ହଂସଙ୍କୁ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ବର୍ତ୍ତମାନ ବହୁ ସଂଖ୍ୟାରେ ଧ୍ରୂବହଂସ ହୁମ୍ମା ଅଞ୍ଚଳରେ ମଧ୍ୟ ଲୁଣାଜମିରେ ରହିଥିବା ଜଳାଶୟରେ ଜଳକ୍ରୀଡା କରିବା ସହ ଖାଦ୍ୟ ଆହାର କରୁଥିବା ଦେଖାଯାଇଛି। ନଭେମ୍ବର ମାସରେ ପ୍ରବଳ ଥଣ୍ଡା ସହି ନ ପାରି ମାଙ୍ଗୋଲିଆ, ଚୀନ, ପାକିସ୍ତାନ, ବାଂଲାଦେଶ, ମ୍ୟାନମାର, ସାଲିମାର ପ୍ରମୁଖ ଅଞ୍ଚଳରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଆକାଶ ମାର୍ଗରେ ଓଡିଶାକୁ ଆସିଥାନ୍ତି। ଦଳଗତ ଭାବେ ଜଳକ୍ରୀଡା, ବାଲୁକା ଶଯ୍ୟାରେ ଖାଦ୍ୟ ସଂଗ୍ରହ ଓ ଉଡିବାର  ମନୋରମ ଦୃଶ୍ୟ ଶୀତ ଦିନେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ଆଗାମୀ ଦିନରେ ଏହି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ଘଟିପାରେ ବୋଲି ଯୁବ ପରିବେଶବିତ ରବିନ୍ଦ୍ର ନାଥ ସାହୁ ପ୍ରକାଶ କରିଛନ୍ତି। ଗତ କିଛି ଦିନ ତଳେ ଦୁଇ ଦୁଇ ଥର ସାମୁଦ୍ରିକ ଝଡ଼ର ପ୍ରଭାବ ଯୋଗୁଁ ଏହି ପକ୍ଷୀ ଆସିବାରେ ବିଳମ୍ବ ଘଟିଥିବା ସାହୁ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories