www.samajalive.in
Monday, December 8, 2025
27.1 C
Bhubaneswar

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ଉପରେ ବିତର୍କ କରିବେ । ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ମଙ୍ଗଳବାର ରାଜ୍ୟସଭାରେ ଆଲୋଚନା କରିବେ ।

ଆସନ୍ତାକାଲି ଲୋକସଭାରେ ଜାତୀୟ ଗୀତ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା ଓ ବିତର୍କ କରିବା ପାଇଁ ୧୦ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ପରେ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିବେ । ବିରୋଧୀଦଳ ପକ୍ଷରୁ ଆଲୋଚନାରେ ଭାଗ ନେବା ପାଇଁ  ଉପନେତା ଗୌରବ ଗୋଗୋଇ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚୟନ କରାଇଯାଇଛି । ନଭେମ୍ବର ୭  ତାରିଖରେ, ପ୍ରଧାନମନ୍ତ୍ରୀ ମୋଦୀ ବନ୍ଦେ ମାତରମ୍ ର 150ତମ ବର୍ଷ ପାଳନ କରିବା ପାଇଁ ବର୍ଷବ୍ୟାପୀ ଉତ୍ସବ ଆରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ଯୁବପିଢ଼ି ଏବଂ ଛାତ୍ରମାନଙ୍କୁ ଗୀତର ଗୁରୁତ୍ୱ ବିଷୟରେ ଅଧିକ ସଚେତନ କରିବା ।

- Advertisement -

ଚଳିତ ସଂସଦ ଅଧିବେଶନରେ ସରକାର ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ସଂସ୍କୃତ ଭାଷାରେ ରଚିତ “ବନ୍ଦେ ମାତରମ୍” ଉପରେ ଏକ ବିତର୍କ କରିବାକୁ ଆଗ୍ରହୀ ଥିଲେ, ଯାହା ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରେରଣାର ଉତ୍ସ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଉପରେ ଅଭିଯୋଗ ଆଣି କହିଥିଲେ ଯେ, କଂଗ୍ରେସ ୧୯୩୭ ମସିହାରେ ଗୀତରୁ ମୁଖ୍ୟ ପଦଗୁଡ଼ିକୁ ହଟାଇ ବିଭାଜନର ମଞ୍ଜି ବୁଣିଥିଲା । ଡିସେମ୍ବର ୧ ତାରିଖରେ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନର ପ୍ରଥମ ଦୁଇ ଦିନର କାର୍ଯ୍ୟଧାରା ଏସାଇଆର ଉପରେ ବିରୋଧୀଙ୍କ ବିରୋଧ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ବାରମ୍ବାର ଗୃହ ମୁଲତବୀ ହୋଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories