www.samajalive.in
Monday, December 8, 2025
27.1 C
Bhubaneswar

ସରକାରୀ ଭବନ ପରିସରରେ ବନ୍ଦ ହେବ ଶାଖା : ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପୁଣି ଥରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘକୁ ଟାର୍ଗେଟ କରିଛି। ମଧ୍ୟପ୍ରଦେଶ ସରକାର କହିଛନ୍ତି ରାଜ୍ୟରେ ସରକାରୀ ଭବନ ପରିସରରେ ଚାଲୁଥିବା ବିଭିନ୍ନ ଶାଖାକୁ ବନ୍ଦ କରିବା ଦରକାର। ଏହାକୁ ନେଇ ବହୁ ଶୀଘ୍ର ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାକୁ ନେଇ କଂଗ୍ରେସ-ବିଜେପି-ଅରଏସଏସ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି। ବିଜେପି ଏହାକୁ ବିରୋଧ କରି ସମସ୍ତ ସରକାରୀ କାର୍ଯ୍ୟଳୟରେ ଶାଖା ଚଲାଇବାକୁ ଧମକ ଦେଇଛି।
ଶୁକ୍ରବାର ଆରଏସଏସର ଅଖିଳ ଭାରତୀୟ ପ୍ରତିନିଧି ସଭା ଆୟୋଜିତ ହେବାକୁ ଯାଉଛି। କିନ୍ତୁ, ଏହାର ପୂର୍ବରୁ କଂଗ୍ରେସ ଆରଏସଏସକୁ ବଡ ଝଡକା ଦେଇଛି। ମନ୍ତ୍ରୀ ଗୋବିନ୍ଦ ସିଂହଙ୍କ କହିବା ଅନୁସାରେ ସରକାରୀ ଭବନ ପରିସରରେ ଚାଲୁଥିବା ଶାଖାକୁ ବନ୍ଦ କରାଯିବ।
ଏହାକୁ ନେଇ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ କହିବା ଅନୁସାରେ ଜବହାର ଲାଲ ନେହେରୁ ଶାଖାକୁ ବନ୍ଦ କରିପାରି ନଥିଲେ, ଆଉ ଏମାନେ କଣ ବନ୍ଦ କରିବେ। ଯଦି କଂଗ୍ରେସ ବନ୍ଦ କରେ ତେବେ କମଲନାଥଙ୍କ ସମସ୍ତ ମନ୍ତ୍ରୀଙ୍କ ବାସଭବନରେ ଶାଖା କରାଯିବ। ପୂର୍ବରୁ ମଧ୍ୟ କଂଗ୍ରେସ ଆରଏସଏସକୁ ଟାର୍ଗେଟ କରିଆସିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories