www.samajalive.in
Monday, December 8, 2025
27.1 C
Bhubaneswar

ଶହେ ଥର ଉଠ୍‌ବସ, ଷଷ୍ଠ ଶ୍ରେଣୀ ଛାତ୍ରୀ ମୃତ

ମୁମ୍ବାଇ,: ଶୁକ୍ରବାର ଶିଶୁ ଦିବସ ଉପଲକ୍ଷେ ମହାରା​‌ଷ୍ଟ୍ରର ଭାସାଇସ୍ଥିତ ଶ୍ରୀ ହନୁମନ୍ତ ବିଦ୍ୟାମନ୍ଦିରରେ ଏକ ଉତ୍ସବ ଆୟୋଜିତ ହୋଇଥିଲା। ତେବେ ଜଣେ ଛାତ୍ରୀ ମାତ୍ର ୧୦ ମିନିଟ ବିଳମ୍ବରେ ପହଞ୍ଚିବାପରେ ଶ୍ରେଣୀ ଶିକ୍ଷକ ଉତ୍‌କ୍ଷିପ୍ତ ହୋଇଥିଲେ। ଦଣ୍ଡସ୍ବରୂପ ୬ଷ୍ଠ ଶ୍ରେଣୀର ଏହି ଛାତ୍ରୀଙ୍କୁ ୧୦୦ ଥର ଉଠ୍‌ବସ୍‌ ହେବାକୁ କୁହାଯାଇଥିଲା। ଉଠ୍‌ବସ୍‌ ହେବାପରେ ଛାତ୍ରୀଙ୍କ ଅଣ୍ଟାରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ଘରକୁ ଫେରିବାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡିଥିଲା। ପରିବାର ଲୋକେ ତାଙ୍କୁ ନାଲାସୋପାରାସ୍ଥିତ ଡାକ୍ତରଖାନାକୁ ନେଇଥିଲେ। ତେବେ ଯନ୍ତ୍ରଣା ଉପଶମ ନ ହେବାରୁ ଛାତ୍ରୀଙ୍କୁ ମୁମ୍ବଇସ୍ଥିତ ଜେଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories