www.samajalive.in
Sunday, December 7, 2025
15.1 C
Bhubaneswar

ବିଷାକ୍ତ ଖାଦ୍ୟ ଖାଇ ଦଶରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ଜଣେ ଗୁରୁତର

ପାତ୍ରପୁର: ପାତ୍ରପୁର ବ୍ଲକ ଅଧୀନ ସାମନ୍ତିଆ ପଲ୍ହୀ ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଦୁଇ ପରିବାର ଦଶରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ସାମନ୍ତିଆ ପଲ୍ହୀ ଗ୍ରାମର କେ. କୃଷ୍ଣମୂର୍ତ୍ତି ଆଚାରୀଙ୍କ ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଇ ସମସ୍ତେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଖାଦ୍ୟ ଖାଇବା ପରେ ବାନ୍ତି ଓ ଅସୁସ୍ଥତା ଅନୁଭବ କରିଥିବା ସେମାନଙ୍କୁ ତୁରନ୍ତ ପାତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା। ଆକ୍ରାନ୍ତମାନେ ହେଲେ କେ. କୃଷ୍ଣମୂର୍ତ୍ତି ଆଚାରୀ (୭୪), କେ. କୁସୁମୀ ଆଚାରୀ (୩୦), କେ. ଅଞ୍ଜଳି ଆଚାରୀ (୨୧), କେ. ହେମା ଆଚାରୀ (୩୦), ରୋଜା ଆଚାରୀ (୪୧), ବମକେଇ ଗ୍ରାମର ସୋମବାରୁ କନିଆରି (୫୦), କୁମୁଝରି ଗ୍ରାମର ରାଜୀବ ପ୍ରଧାନ (୩୦)। ସମସ୍ତ ଆକ୍ରାନ୍ତମାନଙ୍କୁ ପ୍ରଥମିକ ଚିକିତ୍ସା ପରେ ପାତ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିବାବେଳେ ଗୁରୁତର କୃଷ୍ଣମୂର୍ତ୍ତି ଆଚାରୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ସୂଚନା ମିଳିଛି ଯେ, ସେମାନଙ୍କ ପରିବାର ଗଜପତି ଜିଲ୍ଲାକୁ କୌଣସି କାମ ପାଇଁ ଯାଇଥିବାବେଳେ ରାସ୍ତାରେ ବିକ୍ରି ହେଉଥିବା ଦେଶୀ ଆଳୁ ଭଳି କନ୍ଦା କିଣି ଆଣିବା ସହ ଆଜି ରୋଷେଇ କରି ଖାଇଥିଲେ। ତେବେ ଏହି ମାନେ ପାତ୍ରପୁର ଯାଇଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ବାହାରେ ଚିକିତ୍ସିତ ହୋଇଥିବା ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories