www.samajalive.in
Monday, December 8, 2025
27.1 C
Bhubaneswar

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ
କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର (ଏଏସଓ) ପଦ ନିମନ୍ତେ ଗତ ଜୁଲାଇ ୧୩ରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ପରୀକ୍ଷାକୁ ହାଇକୋର୍ଟ ବାତିଲ କରିଦେଇଛନ୍ତି। ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ହାଇକୋର୍ଟ ରେଜିଷ୍ଟ୍ରାର (ପରୀକ୍ଷା) ଏହି ପରୀକ୍ଷାକୁ ବାତିଲ କରିଥିବା ନେଇ ନିର୍ଦେଶନାମା ଜାରି କରିଛନ୍ତି। ଡିସେମ୍ବର ୭ରେ ସାନି ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଏସ୍‌‌ଓ ପଦରେ ନିଯୁକ୍ତି ଲାଗି ପ୍ରାଥମିକ ପରୀକ୍ଷାରେ ୭,୧୧୩ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଗତ ଜୁଲାଇ ୧୩ରେ ମୁଖ୍ୟ ପରୀକ୍ଷା କରାଯାଇଥିଲା। ତେବେ ପରୀକ୍ଷା ପରିଚାଳନା ଏଜେନ୍ସିର କାର୍ଯ୍ୟକଳାପକୁ ନେଇ ହାଇକୋର୍ଟ ସନ୍ଦେହ ପ୍ରକଟ କରିଥିଲେ। ଫଳରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଉକ୍ତ ମୁଖ୍ୟ ପରୀକ୍ଷାକୁ ବାତିଲ୍‌‌ କରିଦିଆଯାଇଛି। ଡିସେମ୍ବର ୭ରେ ଅନୁଷ୍ଠିତ ହେବାକୁ ଥିବା ସାନି ପରୀକ୍ଷା ଦିନ ପ୍ରଥମ ସିଟିଂ ଇଂରାଜୀ ବିଷୟ ରହିଛି। ଏହି ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ହେବ। ଏହାପରେ ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୧ଟା ଜେନେରାଲ ଅାୱାରନେସ୍‌‌ ଏବଂ ରିଜୋନିଂ, ତୃତୀୟ ସିଟିଂ ଗଣିତ ଅପରାହ୍ନ ୨.୩୦ରୁ ୪.୩୦ ପର୍ଯ୍ୟନ୍ତ କରାଯିବ।
ଏଏସ୍‌ଓ ମୁଖ୍ୟ ପରୀକ୍ଷା…

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories