www.samajalive.in
Monday, December 8, 2025
27.1 C
Bhubaneswar

ବଡ ଖବର: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ, ବାଜିରେ ଲାଗିଛି ଏମାନଙ୍କ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ୧୮ଟି ଜିଲାରେ ୧୨୧ଟି ଆସନରେ ଭୋଟ ଗ୍ରହଣ କରାଯାଉଛି । ୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର । ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମତଦାନ ପାଇଁ ୪୫,୩୪୧ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ସୁରକ୍ଷା ପାଇଁ ୪,୫୦,୦୦୦ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ହଟ୍‌ ସିଟ୍‌ ରହିଛି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ସମେତ ୧୮ଜଣ ମନ୍ତ୍ରୀଙ୍କ ଭାଗ୍ୟ ବାଜିରେ ଲାଗିଛି । ଆଜିର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ତେଜସ୍ୱୀ ଯାଦବ, ମୈଥିଲି ଠାକୁର, ଖେସାରୀ ଲାଲ ଯାଦବ, ତେଜ ପ୍ରତାପ ଯାଦବ, ଅନନ୍ତ ସିଂହ, ରିତେଶ ପାଣ୍ଡେ, ମହମ୍ମଦ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶାହାବଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଜନତା ।

- Advertisement -

ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଚର୍ଚ୍ଚାରେ ରହିଛି ମହୁଆ ଆସନ, ଏଠାରୁ ତେଜସ୍ୱୀଙ୍କ ବଡ ଭାଇ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢୁଛନ୍ତି । ମେଇଦାନରେ ଥିବା ଜେଡିୟୁର ୫୭ଜଣ, ବିଜେପିର ୪୮ଜଣ, ଏଲଜେପିର ୧୩ଜଣ, ମହାଗଠବନ୍ଧନରୁ ଆରଜେଡିା ୭୧, କଂଗ୍ରେସର ୨୪ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ହେଉଛି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories